ଦାମ-ସୁଲୋଚନା କନ୍ଦଳରେ ମନ୍ତ୍ରୀଙ୍କୁ ଘେରିଲା ବିଜେପି : କହିଲା ନାରୀଙ୍କୁ ସମ୍ମାନ ଦେଉନାହାଁନ୍ତି ଦାମ

33

କନକ ବ୍ୟୁରୋ : ଦାମ-ସୁଲୋଚନା କନ୍ଦଳରେ ମନ୍ତ୍ରୀ ଦାମୋଦର ରାଉତଙ୍କୁ ଘେରିଲା ବିଜେପି । ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲରେ ଦୁଇ ଜଣଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ପରେ ଗତକାଲି ସୁଲୋଚନା କହିଥିଲେ, ଦାମ ମହିଳାଙ୍କୁ ସମ୍ମାନ ଦେଇ ଜାଣନ୍ତି ନାହିଁ । ଏଥିସହ କୃଷିମନ୍ତ୍ରୀଙ୍କୁ ଅଯୋଗ୍ୟ ଓ ଅପାରଗ କହିବାକୁ ମଧ୍ୟ ପଛାଇନଥିଲେ ।

ଆଉ ସେପଟେ ଦାମ ବି ଚୁପ୍ ବସିନଥିଲେ । କଂଗ୍ରେସ ନେତ୍ରୀଙ୍କୁ ଦେଇଥିଲେ କଡା ଜବାବ । ଆଉ ଏହି ପ୍ରସଙ୍ଗରେ ବିଜେପି କହିଛି ନାରୀଙ୍କୁ ସମ୍ମାନ ଦେଉନାହାନ୍ତି ଦାମ । ନାରାବାଜିରେ ରହିଯାଇଛି ଗାଁକୁ କାମ, ମାଆକୁ ସମ୍ମାନ