ମୁହଁ ଖୋଲିଲେ ଦାମ । କହିଲେ, ଲୋକଙ୍କୁ ବିଭ୍ରାନ୍ତ କରୁଛି ବିଜେପି ! ସେପଟେ ରାମମନ୍ଦିର ଛକରେ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ

68

କନକ ବ୍ୟୁରୋ : ଅଙ୍ଗନୱାଡି କର୍ମୀଙ୍କ ପ୍ରତି ମନ୍ତବ୍ୟ ନେଇ ଦୁଃଖ ପ୍ରକାଶ କରିବା ପରେ ଆଜି ମୁହଁଖୋଲିଛନ୍ତି ମନ୍ତ୍ରୀ ଦାମୋଦର ରାଉତ । ସେ କହିଛନ୍ତି, ମୁଁ କେବଳ ଲୋକକଥାର ଉଦାହରଣ ଦେଇଥିଲି । ଏହାକୁ ଯଦି କିଏ ଅନ୍ୟ ଅର୍ଥରେ ନିଏ ମୁଁ କିଛି କରିପାରିବି ନାହିଁ । ଦଳରେ କିଛି ପରଶ୍ରୀକାତର ଲୋକ ଅଛନ୍ତି । ସେମାନେ କାହା ଶିରି ଦେଖିପାରନ୍ତି ନାହିଁ । ୨୦୧୯ରେ ଲୋକେ ସେମାନଙ୍କୁ ଜବାବ ଦେବେ । ମୋ ଦଳ ଓ ନେତା ବିଷୟରେ କିଏ କହିଲେ ମୁଁ ତାକୁ ବିରୋଧ କରିବି ।

ସେହିଭଳି ଧର୍ମେନ୍ଦ୍ର ଓଡିଶାରୁ ନିର୍ବାଚନ ଲଢିବା ଉପରେ ଦାମ କହିଛନ୍ତି, ଧର୍ମେନ୍ଦ୍ରଙ୍କୁ ମୁଁ ସ୍ୱାଗତ କରୁଛି । ଜନ୍ମମାଟିରେ ଲୋକଙ୍କ ଆସ୍ଥା ଲୋଡନ୍ତୁ । ଯଦି ପାରାଦ୍ୱୀପରୁ ଲଢନ୍ତି ତାହାହେଲେ ମଧ୍ୟ ସ୍ୱାଗତ କରିବୁ । ଏଠୁ ଲଢିଲେ ଏଠାରେ ଦେଖାଦେଖି ହେବା ପାରାଦ୍ୱୀପରେ ତୈଳ ବିଶୋଧନାଗାର ଅଛି । କେତେ ଭଲ କାମ କରିଛନ୍ତି ଲୋକେ ତାର ଜବାବ ଦେବେ ।

ସେପଟେ ରାମମନ୍ଦିର ଛକରେ ଦାମଙ୍କ କୁଶପୁତଳିକା ଦାହ କରିଛନ୍ତି ବିଜେପି ମହିଳା ମୋର୍ଚ୍ଚାର କର୍ମୀ । ମନ୍ତ୍ରୀ ପଦରୁ ଇସ୍ତଫା ଦାବି କରି ବିକ୍ଷୋଭ କରିବା ସହ ନାରାବାଜି କରିଛନ୍ତି ।