କୃଷି ବିଭାଗର ହିସାବ ନିକାଶ ବେଳେ ମନ୍ତ୍ରୀ ମୁଖପାତ୍ର ମୁହାଁମୁହିଁ ! ସୁଲୋଚନା ଦାସ କହିଲେ, ଅପାରଗ ମନ୍ତ୍ରୀ ମହିଳାଙ୍କୁ ଦେଇ ଜାଣିନାହାଁନ୍ତି ସମ୍ମାନ

76

କନକ ବ୍ୟୁରୋ : ବିଜେଡିର ବରିଷ୍ଠ ନେତା ତଥା ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଓ କଂଗ୍ରେସର ମୁଖପାତ୍ର ସୁଲୋଚନା ଦାସଙ୍କ ମଧ୍ୟରେ କଥା କଟାକଟିକୁ ନେଇ ଚର୍ଚ୍ଚା । ଆଜି ଦାମଙ୍କ ମନ୍ତବ୍ୟକୁ ବିରୋଧ କରି ମହିଳା କଂଗ୍ରେସ ପକ୍ଷରୁ ଦାମଙ୍କ କୁଶପୁତଳିକା ଦାହ କରାଯାଇଛି । କହିଛନ୍ତି, ଦାମ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ।

ରାଜଧାନୀର ମାଷ୍ଟରକ୍ୟାଂଟିନ୍ ଛକରେ ପ୍ରତିବାଦ କରିଛନ୍ତି ମହିଳା କଂଗ୍ରେସର କର୍ମୀମାନେ । ଏକ ଘରୋଇ ନ୍ୟୁଜ୍ ଚ୍ୟାନେଲରେ ଦୁଇ ଜଣଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ପରେ ଆଜି ସୁଲୋଚନା କହିଛନ୍ତି, ଦାମ ମହିଳାଙ୍କୁ ସମ୍ମାନ ଦେଇ ଜାଣନ୍ତି ନାହିଁ । ଏଥିସହ କୃଷିମନ୍ତ୍ରୀଙ୍କୁ ଅଯୋଗ୍ୟ ଓ ଅପାରଗ କହିବାକୁ ପଛାଇନାହାଁନ୍ତି । ସେପଟେ ଦାମ ବି ଚୁପ୍ ବସିନାହାଁନ୍ତି । କଂଗ୍ରେସ ନେତ୍ରୀଙ୍କୁ କଡା ଜବାବ ଦେଇଛନ୍ତି ।