ଚାଷୀ ବୃନ୍ଦା ସାହୁ ଆତ୍ମହତ୍ୟା ଘଟଣାକୁ ନେଇ ବିଜେପିକୁ ଘେରିଲେ କୃଷି ମନ୍ତ୍ରୀ ! ଘଟଣା ସ୍ଥଳରେ ବିଜେପି କର୍ମୀ ଉପସ୍ଥିତ ଥିବା ନେଇ ଅଭିଯୋଗ

33

କନକ ବ୍ୟୁରୋ : ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ ପୁଣି ବିଜେପି ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଘେରିଛନ୍ତି ମନ୍ତ୍ରୀ ଦମୋଦର ରାଉତ । ସେ ପ୍ରଶ୍ନ କରିଛନ୍ତି, ବିଜେପି କିଭଳି ଜାଣିଲା ବରଗଡରେ ବୃନ୍ଦା ସାହୁ ଆତ୍ମହତ୍ୟା କଲେ । ଚାଷ ସହିତ ଧର୍ମେନ୍ଦ୍ରଙ୍କ କୌଣସି ସମ୍ପର୍କ ନାହିଁ । ସେ ରାଜ୍ୟ ସରକାରଙ୍କୁ ଅଯଥା ବଦନାମ କରୁଛନ୍ତି । ଓଡିଶା ଅଣ ବିଜେପି ରାଜ୍ୟ ହୋଇଥିବାରୁ ନିନ୍ଦିତ କରାଯାଉଛି । ରାଜ୍ୟକୁ ପାର୍ଲାମେଂଟ ଷ୍ଟାଣ୍ଡିଂ କମିଟି ଆସିଲେ ଭଲ କଥା । ବୃନ୍ଦା ସାହୁ ଚାଷୀ ଆତ୍ମହତ୍ୟା ସମୟରେ ବିଜେପି କର୍ମୀ ଉପସ୍ଥିତ ଥିଲେ ବୋଲି ଖବର ଆସୁଛି । ଏହାର ତଦନ୍ତ ହେବା ଦରକାର ବୋଲି କହିଛନ୍ତି ଦାମ ।