ବୈଜୟନ୍ତଙ୍କୁ ଅଣ୍ଡାମାଡ ପ୍ରସଙ୍ଗରେ ଖାକିକୁ ଦୋଷ ଦେଲେ ଦାମ ! କହିଲେ, ମୁଖ୍ୟମନ୍ତ୍ରୀଙ୍କବେଳେ ନିଜ ଆଡୁ ମାମଲା କରୁଛି ପୋଲିସ୍, ସାଂସଦଙ୍କବେଳେ କାହିଁକି ଚୁପ୍

38

କନକ ବ୍ୟୁରୋ: ମାହାଙ୍ଗାରେ କେନ୍ଦ୍ରପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଅଣ୍ଡାମାଡ଼ ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତ । ମାମଲାରେ ପୋଲିସ ନିଜ ଆଡୁ କାହିଁକି ମାମଲା ରୁଜୁ କରିନାହିଁ ବୋଲି ପ୍ରଶ୍ନ କରିଛନ୍ତି ଦାମ । ବୈଜୟନ୍ତଙ୍କ ଟୁଇଟ୍ ନେଇ ଦାମ ପ୍ରଶ୍ନ କରିଛନ୍ତି କି, ମୁଖ୍ୟମନ୍ତ୍ରୀଙ୍କୁ ଯେତେବେଳେ ଅଣ୍ଡାମାଡ଼ ହୋଇଥିଲା ସେତେବେଳେ ସେ କଣ ନିଜ ଆଡୁ ଏତଲା ଦେଇଥିଲେ ।

ପୋଲିସ ନିଜ ଆଡୁ ଅପରାଧିକ ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ନେଇଥିଲା । କିନ୍ତୁ ବୈଜୟନ୍ତଙ୍କ କ୍ଷେତ୍ରରେ ସେହିଭଳି କିଛି କରାଯାଇ ନାହିଁ । ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପୋଲିସର ଦାୟିତ୍ୱ ଅଟେ । ତେବେ ପୋଲିସ୍ କାହା ଇସାରାରେ ଏଭଳି କାମ କରୁଛି ତାହା ସନ୍ଦେହ ସୃଷ୍ଟି କରୁଛି ବୋଲି ଦାମ କହିଛନ୍ତି । ତେବେ ଅଣ୍ଡାମାଡ଼ ନେଇ ବୈଜୟନ୍ତଙ୍କ ପ୍ରତି ଅନୁକମ୍ପା ସୃଷ୍ଟି ହେବା ସ୍ୱାଭାବିକ । କିନ୍ତୁ ବାରମ୍ବାର ଗଣମାଧ୍ୟମକୁ ଯିବା ଓ ଟୁଇଟ୍ କରିବା ସାଂସଦଙ୍କ ସମ୍ମାନହାନି କରୁଛି ବୋଲି କହିଛନ୍ତି ଦାମ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –