କଂଗ୍ରେସ ଦଳ, ଦାମଙ୍କ ବଳ ? ଯେଉଁଠି ବିଜେଡି ବିରୋଧରେ କଂଗ୍ରେସ ଦମ୍ ଦେଖାଇବ, ସେଠି ସମର୍ଥନ ଦେବି ।

ଆଗାମୀ ନିର୍ବାଚନରେ ବିଜେଡି ବିରୋଧରେ କଂଗ୍ରେସର ପ୍ରାର୍ଥୀଙ୍କୁ କରିବେ ସମର୍ଥନ ।

732

କନକ ବ୍ୟୁରୋ: କଂଗ୍ରେସ ସମର୍ଥନରେ ପାରାଦୀପ ବିଧାୟକ ଦାମମୋଦର ରାଉତ । ଆଗାମୀ ସାଧାରଣ ନିର୍ବାଚନରେ ବିଜେଡିର ପ୍ରାର୍ଥୀଙ୍କୁ ଯେ କୌଣସି ସ୍ଥାନରେ ହରାଇବା ପାଇଁ ବିରୋଧୀ ଦଳ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇବେ ବରିଷ୍ଠ ନେତା ଦାମ ରାଉତ । ଏନେଇ ଦାମ କହିଛନ୍ତି ଯେ, ମୋର ନିର୍ବାଚନ ଲଢ଼ିବା କି ନଲଢ଼ିବା କୌଣସି ଫରକ ପକାଇବ ନାହିଁ କାରଣ ଦୀର୍ଘ ୩୫ ବର୍ଷ ଧରି ବିଧାୟକ ଏବଂ ୬ଥର ମନ୍ତ୍ରୀ ପଦ ସହ ବିଜେଡିରେ ଥିବାବେଳେ ସରକାରର ଅଧା ବିଭାଗର ଦାୟିତ୍ୱ ସମ୍ଭାଳିଛି ତେଣୁ ମୋର ଆଉ କିଛି ଅଭିଳାଶ ନାହିଁ ବୋଲି କହିଛନ୍ତି ଦାମ ।

ଅପରପକ୍ଷେ ବିଜେଡିରୁ ବିଦା ହେବାପରେ ନବୀନଙ୍କ ବିରୋଧରେ ବିଷୋଦଗାର କରୁଥିବା ଦାମ କହିଛନ୍ତି ଯେ, ନିର୍ବାଚନ ଲଢ଼ିବା ପାଇଁ କହୁଥିବା ମୋ ସମର୍ଥକ ହେଉଛନ୍ତି ମୋର ଭଗବାନ । ମୋ ଛଡ଼ା ଅନ୍ୟ କେଉଁ ନେତାଙ୍କୁ ସେମାନେ ମୋ ଅଞ୍ଚଳରେ ବିଶ୍ୱାସ କରନ୍ତି ନାହିଁ । ଯେଉଁଥି ପାଇଁ ନବୀନ ପଠାଉଥିବା ଅନେକ ପ୍ରାର୍ଥୀଙ୍କୁ ରୋକଠୋକ୍ ପ୍ରତ୍ୟାଖ୍ୟାନ କରୁଛନ୍ତି ଜନତା । ସେଥିପାଇଁ ମୋ ଲୋକମାନଙ୍କ ବିଶ୍ୱାସରେ ଆଗମୀ ନିର୍ବାଚନରେ ନବୀନଙ୍କ ବିରୋଧରେ ଯିଏ ଯେଉଁଠି ପ୍ରାର୍ଥୀ କରାଇବ ତାଙ୍କ ପ୍ରାର୍ଥୀକୁ ସମର୍ଥନ ଜଣାଇବି ବୋଲି କହିଛନ୍ତି ଦାମ ।

ବିଶେଷ କରି ଦାମ କଂଗ୍ରେସକୁ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇବେ ଦାମ କହିଛନ୍ତି । କଂଗ୍ରେସର ଫଣ୍ଡା ନବୀନଙ୍କ ବିରୋଧରେ ସ୍ୱତନ୍ତ୍ରଭାବେ ଲଢ଼ିବା ତେଣୁ କଂଗ୍ରେସର ଯେଉଁ ପ୍ରାର୍ଥୀ ପାଈଁ ସମର୍ଥନ ଆବଶ୍ୟକତା ଲୋଡ଼ିବେ ମୁଁ ସମର୍ଥନ ଜଣାଇବି । ସେହିଭଳି ବିଜେପିକୁ ସମର୍ଥନ ଜଣାଇବା ନେଇ ଦାମ କହିଛନ୍ତି ଯେ, ନବୀନଙ୍କ ବିରୋଧରେ ବିଜେପିର ନୀତି ସ୍ପଷ୍ଟ ନୁହେଁ ବୋଲି ଜଣାପଡ଼ୁଛି ।

କାରଣ ଯେଉଁ ସରକାର ରାଜ୍ୟରେ ଚିଟଫଣ୍ଡ ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛି ସେମାନଙ୍କୁ ସିବିଆଇ ଲଗାଇ ବାହାର କରିବା କଥା କିନ୍ତୁ ବିଜେପି ତାହା କରୁନାହିଁ । ଏଥିରୁ ଜଣାପଡୁଛି ସେମାନେ ବାହାରେ କଳି ଭିତରେ କୋଳାକୋଳି ହେଉଛନ୍ତି । ସେଥିପାଇଁ କଂଗ୍ରେସ ଏବଂ ତାଙ୍କ ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇବି ବୋଲି ମନସ୍ଥ କରିଛନ୍ତି ଦାମ ।