ବିଜେଡିକୁ ବାହୁଡ଼ିବେ କି ଦାମ ? ପୁଅ କହିଲେ, ପଦ୍ମ ଶିବିରରେ ଖୁସି ନାହାନ୍ତି ବାପା, ସୁପ୍ରିମୋ ଚାହିଁଲେ ହେବ ଘରବାହୁଡ଼ା !

997

କନକ ବ୍ୟୁରୋ: ବିଜେଡିକୁ ଫେରିବେ କି ବରିଷ୍ଠ ନେତା ଦାମ ରାଉତ? ଏଭଳି ପ୍ରଶ୍ନ ଏବେ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି କାରଣ ବାପା ଦାମ ରାଉତଙ୍କ ରାଜନୈତିକ ଭବିଷ୍ୟତ ନେଇ ପ୍ରତିକ୍ରିୟା ରଖିଛନ୍ତି ପୁଅ ତଥା ବିଜେଡି ବିଧାୟକ ସମ୍ବିତ ରାଉତରାୟ । ସମ୍ବିତ୍ କହିଛନ୍ତି କି, ମୁଁ ଅନୁଭବ କରୁଛି ସେ ବିଜେପିରେ ଖୁସି ନାହାଁନ୍ତି । ବିଜେପିକୁ ଯାଇ ବାପା ଠିକ୍ କରିନାହାନ୍ତି । ଏପରିକି ସେଥିପାଇଁ ଲୋକେ ତାଙ୍କୁ ଗ୍ରହଣ କଲେନି ଯାହାର ପରିଣାମ ବାପା ପରାଜିତ ହେଲେ । ନିର୍ବାଚନରେ ପରାଜୟ ତାଙ୍କ ବ୍ୟକ୍ତିତ୍ୱକୁ କିଛି ପ୍ରଭାବ ପକାଇନି, ସେ ଜଣେ ପପରିପକ୍ୱ ନେତା, ଡିସପୋଜେବୁଲ ଆଇଟମ ନୁହଁନ୍ତି ବୋଲି କହିଛନ୍ତି ସମ୍ବିତ୍ ।

ସେପଟେ ଗଣମାଧ୍ୟମ ସମ୍ମୁଖରେ ବାପାଙ୍କ ରାଜନୈତିକ ଭବିଷ୍ୟତ ଆକଳନ ନେଇ ସମ୍ବିତ କହିବା ପରେ ଏବେ ନୂଆ ରାଜନୀତି ପାରଦ ବଢ଼ିବାରେ ଲାଗିଛି । ଏପରକି ଦାମ ବିଜେଡିକୁ ଫେରିବେ କି ପ୍ରଶ୍ନର ଉତ୍ତରରେ ସମ୍ବିତ୍ କହିଛନ୍ତି କି, ରାଜନୀତିରେ କିଛି ବି ଅସମ୍ଭବ ନୁହେଁ ଏବଂ ସୁପ୍ରିମୋ ଚାହିଁଲେ ସେ ଫେରିପାରନ୍ତି ବୋଲି କହିଛନ୍ତି ସମ୍ବିତ ରାଉତରାୟ ।