ଅଭିମାନୀ ଦାମବାବୁ ! ନିମନ୍ତ୍ରଣ ସତ୍ୱେ ବି ଚଢିଲେନି ମହାନଦୀର ମଂଚ

28

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଅଭିମାନୀ ଦାମବାବୁ । ବିଜେଡି ବୈଠକରେ ଦାମଙ୍କ ହାଇଭୋଲଟେଜ୍ ଡ୍ରାମା । ମହାନଦୀ ଓ ପୋଲାଭରମରେ କେନ୍ଦ୍ର ଅବହେଳା ବିରୋଧରେ ବିଜେଡିର ଦ୍ୱିତୀୟ ବୈଠକରେ ଦେଖିବାକୁ ମିଳିଲା ବିଜେଡି ଉପ-ସଭାପତି ଡାକ୍ତର ଦାମୋଦର ରାଉତଙ୍କ ଅଭିମାନ । ମଂଚ ଉପରେ ବସିବାକୁ ଦାମ ବାବୁଙ୍କ ଆମନ୍ତ୍ରଣ ଦେଲେ ଉପ-ସଭାପତି ସୂର୍ଯ୍ୟ ପାତ୍ର ।

ଦାମଙ୍କୁ ବୁଝାଇବାକୁ ବିଧାୟକ ସୁଶାନ୍ତ ସିଂହକୁ ପଠାଗଲା । ହେଲେ ଶୁଣିଲେନି ଦାମ । ପୁଣି ଏହି ବରିଷ୍ଠ ନେତାଙ୍କୁ ଦଳ ପକ୍ଷରୁ କେନ୍ଦ୍ର ଅବହେଳା ବିରୋଧରେ ଭାଷଣ ଦେବାକୁ ଡକାଗଲା । ମଂଚ ଉପରକୁ ନ ଯାଇ ତୁଣ୍ଡରେ ତାଲା ପକାଇ ବସିଲେ ଦାମ ବାବୁ । ପାଖକୁ ଯାଇ ବିଧାୟକ ସୁଶାନ୍ତ ସିଂ କଲେ ଅନୁରୋଧ । ସୁଶାନ୍ତ ଫେଲ୍ ହୋଇ ଫେରି ଗଲେ ।

dama routକୁହାଯାଉଛି ଦାମ ମଂଚ ଉପରକୁ ଆସିବା ନେଇ ସିଧାସଳଖ ମନାକରିଦେବା କଥା ସୂର୍ଯ୍ୟପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ । ହେଲେ ମୁଖ୍ୟମନ୍ତ୍ରୀ ଏହି ଭାବଭଙ୍ଗି ପରେ ଆଉ ଦାମଙ୍କୁ ଡକାଗଲାନାହିଁ । ବୋଧହୁଏ ଇସାରା ଇସାରାରେ ମନା କରିଦେଲେ ମୁଖ୍ୟମନ୍ତ୍ରୀ ।

ମହାନଦୀ ନେଇ ଏଇ କିଛି ଦିନ ହେଲା ଦାମଙ୍କ ଅଭିମାନ ଚର୍ଚ୍ଚାକୁ ଆସିଛି । ବିଧାନସଭା ମୌସୁମୀ ଅଧିବେଶନରେ ମହାନଦୀ ନେଇ ଭାଷଣ ଦେବାକୁ ତାଙ୍କୁ ବିଜେଡି ସୁଯୋଗ ଦେଇ ନଥିଲା । ନିଜ ଅଭିମାନକୁ ଲିଖିତ ଭାବେ ବାଚସ୍ପତିଙ୍କୁ ବି ଜଣାଇଥିଲେ । ପାରାଦ୍ୱୀପରେ ସ୍ୱତନ୍ତ୍ର ଭାବେ କେନ୍ଦ୍ର ବିରୋଧରେ ଆନ୍ଦୋଳନ ବି କରିଥିଲେ । ଆଉ ବିଜେଡିର ଏହି ମହାନଦୀ ଲଢ଼େଇ ବୈଠକରେ ଦାମ ତାଙ୍କ ଅଭିମାନ ଦେଖାଇଥିଲେ ।