ବିଜେଡିରେ ସୁଲୋଚନା ଦାସ ଯୋଗ ଦେବା ନେଇ ଦାମଙ୍କ କଟାକ୍ଷ ! କହିଲେ, କାଲି ଯିଏ ରାଜନୀତିରେ ଶତ୍ରୁ, ଆଜି ସିଏ ବନ୍ଧୁ

42

କନକ ବ୍ୟୁରୋ : ସୁଲୋଚନା ଦାସ ବିଜେଡିରେ ଯୋଗଦେବା ନେଇ ଦଳର ବରିଷ୍ଠ ନେତା ଦାମୋଦର ରାଉତ କଟାକ୍ଷ କରିଛନ୍ତି । ସେ କହିଛନ୍ତି, ରାଜନୀତିରେ ସବୁ ସମ୍ଭବ । କାଲି ଯିଏ ରାଜନୀତିରେ ଶତ୍ରୁ, ଆଜି ସିଏ ବନ୍ଧୁ । ତାଙ୍କୁ ଯିଏ ଦଳରେ ମିଶାଇବେ ତା ପୂର୍ବରୁ ତାଙ୍କୁ ଭାବିବା ଦରକାର, ସିଏ ଦଳକୁ ଆସିଲେ ଉପକାର ହେବ ନା ଅପକାର ହେବ । ସେ ଆହୁରି କହିଛନ୍ତି, ସିଏ କଣ ଏତେ ବଡ ଲୋକେ ଯେ ତାଙ୍କୁ ସ୍ୱାଗତ କରିବି । କିଛିଦିନ ପୂର୍ବର ବିଜେଡିରେ ନାରୀ ସୁରକ୍ଷିତ ନୁହେଁ ବୋଲି ସେ କହୁଥିଲେ, ତାଙ୍କର ଏବେ ହୃଦବୋଧ ହେଲା ବିଜେଡିର ହିଁ ନାରୀମାନେ ସୁରକ୍ଷିତ ।