ମହାନଦୀ ପ୍ରସଙ୍ଗରେ ପକ୍ଷପାତିତା କରୁଛନ୍ତି ବାଚସ୍ପତି : ଦାମ ରାଉତ

36

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଦାମଙ୍କ ଟାର୍ଗେଟରେ ବାଚସ୍ପତି । ନବୀନ ସରକାରଙ୍କ ଜଣେ ବରିଷ୍ଠ ମନ୍ତ୍ରୀ ପ୍ରଥମ ଥର ପାଇଁ ବାଚସ୍ପତି ନିରଜଂନ ପୂଜାରୀଙ୍କୁ ଟାର୍ଗେଟ୍ କରିଛନ୍ତି । ଦାମ ବାଚସ୍ପତିଙ୍କ କାର୍ଯ୍ୟଧାରା ଉପରେ ପ୍ରଶ୍ନ ଉଠାଇବା ସହ ତାଙ୍କ ବିରୁଦ୍ଧରେ ପକ୍ଷପାତିତା ଅଭିଯୋଗ ଆଣିଛନ୍ତି ।

ମହାଦନୀ ପ୍ରସଙ୍ଗରେ ସେ କହିବାକୁ ଚାହୁଁଥିଲେ ମଧ୍ୟ ତାଙ୍କୁ ଗୃହରେ କହିବା ସୁଯୋଗ ଦିଆଯାଇନଥିବା ସେ ଅଭିଯୋଗ କରିଛନ୍ତି। ଗୃହରେ ସଦସ୍ୟ କୌଣସି ପ୍ରସଙ୍ଗରେ କହିବା ହେଉଛି ତାଙ୍କ ମୌଳିକ ଅଧିକାର। ଏମିତିକି ସେ ଚିଠା ଜରିଆରେ ମହାନଦୀ ପ୍ରସଙ୍ଗରେ ମତାମତ ଦେବା ପାଇଁ ବାଚସ୍ପତିଙ୍କୁ ଅନୁରୋଧ କରିବା ସେ କହିଛନ୍ତି। ହେଲେ ତାଙ୍କୁ ସୁଯୋଗ ଦିଆଯାଇନଥିବାରୁ ଦାମ ରାଉତ କ୍ଷୋଭ ପ୍ରକାଶ କରିଛନ୍ତି।