ଦାମ ପଢ଼ାଇଲେ ଇତିହାସ ପାଠ ! କହିଲେ, ଜୟୀ ରାଜଗୁରୁ ନଥିଲେ ସ୍ୱାଧିନତା ସଂଗ୍ରାମୀ, ବ୍ୟକ୍ତିଗତ କାରଣରୁ ଇଂରେଜଙ୍କ ସହ ଥିଲା ଶତ୍ରୁତା

134

କନକ ବ୍ୟୁରୋ : ଇତିହାସ ପଢାଇଲେ ଦାମ । ଜୟୀ ରାଜଗୁରୁ, ସ୍ୱାଧିନତା ସଂଗ୍ରାମୀ ନୁହଁନ୍ତି । ଦେଶ ସ୍ୱାଧୀନତା ପାଇଁ ବିଦ୍ରୋହ କରିନାହାଁନ୍ତି ବରଂ ବ୍ୟକ୍ତିଗତ କାରଣ ପାଇଁ ଇଂରେଜ ସହ ଲଢେଇ କରିଛନ୍ତି । କୃଷିମନ୍ତ୍ରୀ ଦାମୋଦର ରାଉତଙ୍କ ଏଭଳି ବୟାନକୁ ନେଇ ଜୋରଧରିଛି ଚର୍ଚ୍ଚା । ଦାମ କହିଛନ୍ତି, ଐତିହାସିକ ମାନଙ୍କର ମତ ମଧ୍ୟ ସମାନ କଥା କହୁଛି । ସ୍ୱାଧୀନତା ସଂଗ୍ରାମୀ ନୁହଁନ୍ତି ଜୟୀ ରାଜଗୁରୁ । ସ୍ୱାଧିନତା ପାଇଁ ସେ ବ୍ରିଟିଶଙ୍କ ବିରୋଧରେ ବିଦ୍ରୋହ କରିନଥିଲେ । ବରଂ ଇଂରେଜ ଦେଇଥିବା ପ୍ରତିଶ୍ରୁତି ନରଖିବାରୁ ବିଦ୍ରୋହ କରିଥିଲେ । ତେଣୁ ତାଙ୍କୁ ସ୍ୱାଧୀନତା ସଂଗ୍ରାମୀ କୁହାଯିବ ନାହିଁ । ବର୍ଷ ବର୍ଷର ଇତିହାସ ଉପରେ ପୁଣି ପ୍ରଶ୍ନ ଉଠାଇଛନ୍ତି କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ।

15771665259_a7ea995bc6_bଦାମଙ୍କ ଯୁକ୍ତି ହେଉଛି, ବ୍ୟକ୍ତିଗତ କାରଣରୁ ଇଂରେଜ ମାନଙ୍କ ସହ ଶତ୍ରୁତା ନେଇଥିଲେ ଜୟୀ ରାଜଗୁରୁ । କିନ୍ତୁ ଏହା ମଧ୍ୟ ସତ ଯେ, ଜୟୀ ରାଜଗୁରୁଙ୍କୁ ଯେତେେବେଳ ମୃତ୍ୟୁଦଣ୍ଡ ଦିଆ ଯାଇଥିଲା ସେତେବେଳେ ଦେଶ କିମ୍ବା ରାଜ୍ୟ ପାଇଁ ସ୍ୱାଧୀନତା ସଂଗ୍ରାମ ଆରମ୍ଭ ହୋଇନଥିଲା । ତେବେ ବିଭିନ୍ନ ଅଂଚଳରେ ଏଭଳି ବିଦ୍ରୋହର ସ୍ୱର ଉଠିଥିଲା । ଆଉ ରାଜଗୁରୁ ଥିଲେ ତାମଧ୍ୟରୁ ଜଣେ ।

ଖୋର୍ଦ୍ଧା ରାଜା ଗଜପତି ମୁକୁନ୍ଦ ଦେବ ଦ୍ୱିତୀୟଙ୍କ ରାଜଦରବାରରେ ଜୟୀ ରାଜଗୁରୁ ଥିଲେ ପୂଜାରୀ । ବ୍ରିଟିଶ ଅକ୍ତିଆର କରିନେଇଥିବା ଓଡିଶାର କିଛି ଅଂଚଳକୁ ଫେରାଇ ଆଣିବାକୁ ମରାଠାଙ୍କ ସହ ମିଶି ରାଜଗୁରୁ ରଣନୀତି କରିଥିଲେ । ଯାହାର ଖବର ପହଂଚିଥିଲା ଇଂରେଜଙ୍କ ପାଖରେ । ପରେ ତାଙ୍କୁ ବରଗଛରେ ଓହଳାଇ ମୃତ୍ୟୁଦଣ୍ଡ ଦିଆଯାଇଥିଲା ।

ଜୟୀ ରାଜଗୁରୁଙ୍କ ଉପରେ ମନ୍ତବ୍ୟକୁ ନେଇ ପ୍ରବଳ ପ୍ରତିବାଦ ପରେ କୃଷିମନ୍ତ୍ରୀ କହିଛନ୍ତି, ଜୟୀ ରାଜଗୁରୁ ସ୍ୱାଧୀନତା ସଂଗ୍ରାମୀ ନୁହଁନ୍ତି ବୋଲି ତାଙ୍କର ନୁହେଁ ବରଂ ଐତିହାସିକଙ୍କ ମତ । ଐତିିହାସିକଙ୍କ କହିବା ଅନୁଯାୟୀ, ଯେଉଁ ସମୟରେ ଜୟୀ ରାଜଗୁରୁଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା ସେହି ସମୟରେ ସ୍ୱାଧୀନତା ସଂଗ୍ରାମ ପାଇଁ ଆନ୍ଦୋଳନ ଆରମ୍ଭ ହୋଇନଥିଲା । ତେଣୁ ଜୟୀ ରାଜଗୁରୁଙ୍କୁ ସ୍ୱାଧୀନତା ସଂଗ୍ରାମୀ ମାନ୍ୟତା ମିଳିନାହିଁ । ତେବେ ଏଠି ପ୍ରଶ୍ନ ଉଠୁଛି ଦେଶ କିମ୍ବା ରାଜ୍ୟର ପରିକଳ୍ପନା ନେଇ ସଂଗଠିତ ଭାବେ ଆରମ୍ଭ ହୋଇଥିବା ସ୍ୱାଧୀନତା ସଂଗ୍ରାମକୁ ଛାଡିଦେଲେ ଏହା ପୂର୍ବରୁ ନିଜ ଅଂଚଳ ପାଇଁ ଇଂରେଜ ମାନଙ୍କ ବିରୋଧରେ ଲଢିବା କଣ ସ୍ୱାଧୀନତା ସଂଗ୍ରାମ ନଥିଲା ।