ନୂଆବର୍ଷରେ ଦାମଙ୍କ ନୂଆ ବୟାନ! ମନ୍ତ୍ରୀ ପଦ ଯାଇଛି, କିନ୍ତୁ ଲୋକପ୍ରିୟତା ବଢିଛି । ବିଜୁଙ୍କ ଆଦର୍ଶରେ ଚାଲିବାରୁ ମିଳିଛି ବେଦନା

42

କନକ ବ୍ୟୁରୋ : ବିଜୁ ବାବୁଙ୍କ ଆଦର୍ଶରେ ଯାଇ ଏବେ ମିଳୁଛି ବେଦନା । ଏଭଳି ଏକ କଥା କହିଛନ୍ତି- ନିକଟରେ ମନ୍ତ୍ରୀ ପଦ ହରାଇଥିବା ବରିଷ୍ଠ ବିଜେଡି ନେତା ଡକ୍ଟର ଦାମୋଦର ରାଉତ । କେଉଁ କଥାକୁ ବେଦନା କହୁଛନ୍ତି ଡକ୍ଟର ଦାମୋଦର ରାଉତ । ଆଉ କେଉଁ ପଥରେ ଚାଲିବା ଏବେ ତାଙ୍କ ପାଇଁ ଅଡୁଆ ହୋଇଛି । ନୂଆବର୍ଷରେ ଏନେଇ ମୁହଁ ଖୋଲିଛନ୍ତି ଦାମୋଦର ରାଉତ ।

DAMAବିଜୁଙ୍କ ଆଦର୍ଶରେ ଚାଲିବାରୁ ଦାମଙ୍କୁ ମିଳିଲା ବେଦନା ।ବିବାଦୀୟ ମନ୍ତବ୍ୟ ଦେଇ ମନ୍ତ୍ରୀପଦ ହରାଇବା ପରେ କ୍ଷୋଭର ସହ ଏମିତି କହିଛନ୍ତି ଦାମ । ୪୦ ବର୍ଷ ଧରି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଚାଲିବାରୁ ଏହି ବରିଷ୍ଠ ନେତାଙ୍କୁ ମିଳିଛି ବେଦନା । ଏହି ପ୍ରଶ୍ନର ଦାମ ଯେତେ ସରଳ ଉତର ଦେଉଛନ୍ତି ତାହାର ମର୍ମ ନେତୃମଣ୍ଡଳୀ ଉପରେ ସେତିକି ବଡ ପ୍ରଶ୍ନ ସୃଷ୍ଟି କରୁଛି ।

ତେବେ ମନ୍ତ୍ରୀପଦ ହାତରୁ ଯିବା ପରେ ମଧ୍ୟ କମିନାହିଁ ଦାମଙ୍କ ଲୋକପ୍ରିୟତା । ଆଜି ନୂଆ ବର୍ଷରେ ଦାମଙ୍କ ପାଖକୁ ଶୁଭେଛାର ସୁଅ ଛୁଟିଥିଲା । ଶହ ଶହ ଲୋକ ଦାମଙ୍କୁ ଫୁଲ ତୋଡା ଦେଇ ଶୁଭେଚ୍ଛା ଜଣାଇଥିଲେ । କ୍ଷମତା ଅଳିନ୍ଦରୁ ଦୂରରେ ରହିବା ପରେ ମଧ୍ୟ ଲୋକେ ତାଙ୍କୁ ଏବେ ମଧ୍ୟ ଭଲ ପାଉଛନ୍ତି । ଏହାସହ ମନ୍ତ୍ରୀପଦ ଯିବା ପରେ ତାଙ୍କ ଲୋକପ୍ରୀୟତା ଅଧିକ ବଢିଯାଇଛି ବୋଲି ଦାମ କହିଛନ୍ତି । ୪ ଦଶନ୍ଧି ଧରି ଓଡିଶା ରାଜନୀତିର କ୍ଷମତା ଅଳିନ୍ଦରେ ରାଜ୍ କରୁଥିବା ଏହି ନେତା ଏବେ ନା ମନ୍ତ୍ରୀ ମଣ୍ଡଳରେ ନା କୈାଣସି ଦଳୀୟ ପଦପଦବୀରେ । କିନ୍ତୁ ଶୁଭେଚ୍ଛୁଙ୍କ ସଂଖ୍ୟା କମ ପଡିନି ।