ଦାମଙ୍କ ଦଳକୁ ମିଳିବ କେଉଁ ଚିହ୍ନ ? ଦିଲ୍ଲୀ ଯାଇ ନିର୍ବାଚନ କମିଶନଙ୍କୁ ଭେଟିଲେ ଅନୁଗତ ।
ଦୀର୍ଘ ୧୮ ବର୍ଷ ଧରି ଓଡ଼ିଶାରେ ଗଡ଼ କରିଥିବା ବିଜେଡ଼ି ଦଳକୁ ଟକ୍କର ଦେବେ ବହିଷ୍କୃତ ବିଜେଡି ବିଧାୟକ ଦାମ ରାଉତ ।
କନକ ବୁରୋ: ଦଳ ପାଇଁ ଚିହ୍ନ ଖୋଜୁଛନ୍ତି ପାରାଦୀପର ଟାଣୁଆ ନେତା ଦାମ ରାଉତ । ଗତକିଛି ଦିନ ତଳେ ନୂଆ ଦଳ ନେଇ ଦାମ ରାଉତ ଗଣମାଧ୍ୟମ ସମ୍ମୁଖରେ କହିଥିଲେ । ଏବଂ ଦଳରେ କିଏ କିଏ ରହିବେ ସେନେଇ କିଛି ବିଦ୍ଧିବଧଭାବେ କହିନଥିଲେ ମଧ୍ୟ ଦଳରୁ ବହିଷ୍କୃତ ହୋଇଥିବା କିଛି ନେତା ଏବଂ ବିଜୁ ଅନୁଗତମାନେ ଏହି ଦଳର ସେନାଭାର ସମ୍ଭାଳିବେ ବୋଲି ଦାମଙ୍କ ବୟାନରୁ ବାରି ହୋଇପଡ଼ୁଛି । ତେବେ ନୀର୍ବାଚନକୁ ଆଉମାତ୍ର କିଛି ମାସ ବାକିଥିବା ବେଳେ ଖୁବ୍ ଶୀଘ୍ର ଦାମଙ୍କ ନୂଆ ଦଳ ବିଦ୍ଧିବଧଭାବେ ଘୋଷଣା କରାଯିବ ବୋଲି ଦାମ ରାଉତ କହିଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଦାମଙ୍କ କହିବା ମୁତାବକ ରାଜ୍ୟରେ ଗୋଟେ ଆଞ୍ଚଳିକ ଦଳ ଗଢ଼ିବା ପାଇଁ ଯେଉଁ ସବୁ ପ୍ରକ୍ରିୟାର ଆବଶ୍ୟକତା ରହିଥାଏ ସେ ସବୁକୁ ନେଇ ନୂଆ ଦଳର କିଛି ଅନୁଗତ ଦିଲ୍ଲୀ ଯାଇଥିଲେ । ଏବଂ ସେଠାରେ ଜାତୀୟ ନିର୍ବାଚନ କମିଶନଙ୍କ ସହ ସମସ୍ତ ଆଲୋଚନା କରିଛନ୍ତି । ଦଳ ପାଇଁ କେଉଁ ଚିହ୍ନ ରହିବ ନିର୍ବାଚନ କମିଶନଙ୍କ ଅନୁମତି କ୍ରମେ କିଛି ଚିହ୍ନକୁ ବଛା ଯାଇଛି । ଦଳର କିଛି ସଦସ୍ୟ ଗତକାଲି ରାତିରେ ଦିଲ୍ଲୀରୁ ଫେରିଛନ୍ତି । ଏନେଇ ଖୁବଶୀଘ୍ର ବୈଠକ ବସିବ ଏବଂ ଦଳର ଚିହ୍ନ ଏବଂ ନାଁ ବିଦ୍ଧିବଧଭାବେ ଘୋଷଣା କରାଯିବ ବୋଲି ଦାମ କହିଛନ୍ତି ।
ଅନ୍ୟପଟେ ଦାମଙ୍କ ନୂଆ ଦଳରେ ନାଁ ବିଜୁ ବାବୁଙ୍କ ନାରେ ହିଁ ରହିବ ବୋଲି ବାରମ୍ବାର କହୁଛନ୍ତି ଦାମ ରାଉତ । ଏହାସହ ଦାମଙ୍କ ନୂଆଦଳରେ ଅନ୍ୟ କିଛି ଆଞ୍ଚଳିକ ଦଳର କର୍ମକର୍ତ୍ତାମାନେ ଆଲୋଚନା କରିଥିବା କହିଛନ୍ତି ଦାମ । ଯେଉଁମାନେ ବିଜୁଙ୍କ ଅନୁଗତ ଏବଂ ବିଜୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ରାଜନୀତିକୁ ଆସିଛନ୍ତି ସେମାନେ ମଧ୍ୟ ଏହି ଦଳର ସଦସ୍ୟ ଅଛନ୍ତି କହି ସସପେନ୍ସ ବଢ଼ାଇଛନ୍ତି ଦାମ । ତେବେ ବ୍ରଜ ତ୍ରିପାଠୀଙ୍କ ସମତା କ୍ରାନ୍ତି ଦଳ ଦାମଙ୍କ ନୂଆ ଦଳ ସହ ସାମିଲ ହେବ ବୋଲି କହିଛନ୍ତି ଦାମ । ଆସନ୍ତା ୨୦୧୯ ନିର୍ବାଚନ ମଇଦାନକୁ ଓହ୍ଲାଇ ବିଜେଡ଼ି ବିରୋଧରେ ଲଢ଼େଇ କରିବ ବୋଲି ଦାମ ପୁଣି ଦମ୍ଭୋକ୍ତି ବାଢ଼ିଛନ୍ତି ।
ତେବେ ଦୀର୍ଘ ୧୮ ବର୍ଷ ଧରି ଓଡ଼ିଶାରେ ଗଡ଼ କରିଥିବା ବିଜେଡ଼ି ଦଳକୁ ଟକ୍କର ଦେବେ ବହିଷ୍କୃତ ବିଜେଡି ବିଧାୟକ ଦାମଦୋର ରାଉତ । ତେବେ ଏହାର କମାଣ୍ଡର ଦାୟିତ୍ୱରେ ବସି ପାରନ୍ତି ଖୋଦ ପାରାଦୀପ ବିଧାୟକ ଦାମ ରାଉତ ବୋଲି ଚର୍ଚ୍ଚା ଜୋରଧରିଛି । ସବୁଠାରୁ ବଡ଼କଥା ହେଲା ଦୁର୍ନୀତି ଓ ଭ୍ରଷ୍ଟାଚାରର ପ୍ରତିରୋଧ କରିବା ପାଇଁ ଏହି ଦଳ ଗଢ଼ା ହେବ ବୋଲି ପାରାଦୀପ ବିଧାୟକ ଦାମଦୋର ରାଉତ କହିଛନ୍ତି । ଏହାସହ ୧୯୬୯ରେ ବିଜୁ ପଟ୍ଟନାୟକଙ୍କ ନାମରେ ଉତ୍କଳ କଂଗ୍ରେସ ଭଳି ଦଳ ବିଜୁ ଜନତା ଦଳରେ ପରିଣତ ହୋଇ ଯେଉଁଭଳି ତିଷ୍ଠିକି ଅଛି ଆମ ଦଳ କାହିଁ ରହିପାରିବ ନି ବୋଲି ପ୍ରଶ୍ନ କରିଛନ୍ତି ଦାମ । ତେବେ ଆଗକୁ ଦଳର ଚିହ୍ନ ଏବଂ କେବେ ବିଦ୍ଧିବଧଭାବେ ଦାମଙ୍କ ନୂଆ ଦଳ ଘୋଷଣା ହେବ ତାହା ଉପରେ ସମସ୍ତଙ୍କ ନଜର ।