ଦାମଙ୍କ ସ୍ମୃତିରେ ନଅଙ୍କ ଦୁର୍ଭିକ୍ଷ ! ପୁଣି ବାବୁଙ୍କୁ ଟାର୍ଗେଟ କଲେ ମନ୍ତ୍ରୀ

52

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହାନଦୀ ଚିଠି ହଜିଗଲା କିପରି । କିଏ ଏଥିପାଇଁ ଦାୟୀ । କିଏ ସତ କହୁଛି , ଛତିଶଗଡ ନା ଓଡିଶା । ଏସବୁ ଭିତରେ ଦାମ ଉଠାଇଛନ୍ତି ମଂଜି କଥା । ଇସାରା କରିଛନ୍ତି ଅଫିସରଙ୍କ ଆଡକୁ । ମହାନଦୀ ଚିଠି ହଜିବା ପଛରେ ଅଫିସର ଦାୟୀ ନୁହଁତି ତ ? ଗଣମାଧ୍ୟମ ପ୍ରଶ୍ନର ଉତର ଦେବା ବେଳେ ଦାମ ମନ ପକାଇଦେଇଛନ୍ତି, ଅଫିସରଙ୍କୁ ଭରସା କରି ପୂର୍ବରୁ କିପରି ସରକାରଙ୍କୁ ହିନସ୍ତା ହେବାକୁ ପଡିଥିଲା । ନଅଙ୍କ ଦୁର୍ଭିକ୍ଷ ସମୟରେ ରେଭେନ୍ସା ସାହେବଙ୍କ ପଶ୍ଚାତାପ କଥା ମନେପକାଇ ଦେଇ ପୁଣି ଥରେ ଶାସକ ଓ ଅମଲା କିଭଳି ହେବା ଉଚିତ ତାହା ଚେତାଇ ଦେଇଛନ୍ତି ବରିଷ୍ଠ ମନ୍ତ୍ରୀ ଡା. ଦାମୋଦର ରାଉତ ।