କନକ ବ୍ୟୁରୋ : ହେଲିକପ୍ଟରରୁ ଓହ୍ଲାଇବା ବେଳେ ତଳେ ପଡିଗଲେ ବିଜେପି ନେତା ଦାମୋଦର ରାଉତ । ନିର୍ବାଚନ ସଭାରେ ଯୋଗ ଦେବାକୁ ଆସିଥିବା ବେଳେ ହେଲିକପ୍ଟରରୁ ଓହ୍ଲାଇବା ବେଳେ ଏଭଳି ଘଟଣା ଦେଖିବାକୁ ମିଳିଛି । ଯାହା ଲୋକଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, କଟକ ଜିଲ୍ଲାର ୪୨ ମୌଜାର ଦେଉଳି ପଡିଆରେ ବିଜେପିର ଏକ ନିର୍ବାଚନ ସଭାରେ ଯୋଗ ଦେବାକୁ ଆସିଥିଲେ ସଜ ସଜ ଦଳରେ ଯୋଗ ଦେଇଥିବା ଦାମୋଦର ରାଉତ । ରାଜ୍ୟ ରାଜନୀତିର କୁହାଳିଆ ତୁଣ୍ଡ ଭାବେ ପରିଚିତ ଦାମଙ୍କ ଭାଷଣ ଶୁଣିବା ପାଇଁ ମଧ୍ୟ ଦେଉଳି ପଡିଆରେ ବେଶ ଭିଡ ହୋଇଥିଲା । ପଡିଆରେ ହେଲିକପ୍ଟର ଓହ୍ଲାଇବା ସହ ତାଳିମାଡରେ କମ୍ପି ଉଠିଥିଲା ପୂରା ସଭାସ୍ଥଳ । ତେବେ ହେଲିକପ୍ଟରରୁ ଓହ୍ଲାଇବା ସମୟରେ ଭାରସାମ୍ୟ ରକ୍ଷା କରି ନ ପାରି ତଳେ ପଡି ଯାଇଥିଲେ ଦାମ ।
ଦାମ ତଳେ ପଡିବା କ୍ଷଣି ଘଟଣାସ୍ଥଳକୁ ସଙ୍ଗେ ସଙ୍ଗେ ବିଜେପି କର୍ମୀ ଓ ନେତା ଯାଇ ତାଙ୍କୁ ଉଠାଇଥିଲେ । ତଳୁ ଉଠିବା ପରେ ଦାମ ସଭାସ୍ଥଳକୁ ଯାଇ ବିଜେପି ପାଇଁ ପ୍ରଚାର କରିବା ସହ ନବୀନ ସରକାରଙ୍କୁ ଟାର୍ଗେଟ କରିବାକୁ ଭୁଲିନଥିଲେ ।