ଜୟୀ ରାଜଗୁର ବିବାଦ ଭିତରକୁ କେନ୍ଦ୍ରମନ୍ତ୍ରୀଙ୍କୁ ଟାଣିଲେ କୃଷିମନ୍ତ୍ରୀ ! କହିଲେ, ଯଦି ସେ ଭୁଲ କହୁଛନ୍ତି ତାହାଲେ ଧର୍ମେନ୍ଦ୍ର କାହିଁକି ୧୮୧୭କୁ କହୁଛନ୍ତିି ପ୍ରଥମ ସ୍ୱାଧୀନତା ସଂଗ୍ରାମ

41

କନକ ବ୍ୟୁରୋ : ଜୟରାଜ ଗୁରୁ ବିବାଦ ଭିତରକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାଣିଲେ କୃଷିମନ୍ତ୍ରୀ ଦାମୋଦର ରାଉତ୍ । କହିଲେ ଯଦି ରାଜଗୁରୁ ସ୍ୱାଧୀନତା ସଂଗ୍ରାମୀ ତେବେ ୧୮୦୪କୁ ସ୍ୱାଧୀନତା ସଂଗ୍ରାମ ନକହି ୧୮୧୭କୁ କାହିଁକି ପ୍ରଥମ ସ୍ୱାଧୀନତା ସଂଗ୍ରାମ କହୁଛନ୍ତିି ଧର୍ମେନ୍ଦ୍ର । ଧର୍ମେନ୍ଦ୍ର କାହିଁକି ୧୮୧୭କୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ କହି ଦଲିଲ ଉପସ୍ଥାପନ କରୁଛନ୍ତିି । ଏହା ସହ ଜୟୀ ରାଜଗୁରୁଙ୍କ ପ୍ରସଙ୍ଗରେ ତାଙ୍କ କଥାକୁ ନେଇ ଯେଉଁମାନେ ଚର୍ଚ୍ଚା କରୁଛନ୍ତି ତାଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ପ୍ରଶ୍ନ ଉଠାଇଛନ୍ତି ମନ୍ତ୍ରୀ । ତେବେ ଜୟୀ ରାଜଗୁରୁଙ୍କୁ ଜଣେ ମହାନ ବ୍ୟକ୍ତି ଓ ଜଗନ୍ନାଥ ସଂସ୍କୃତିର ପୁରୋଧା ବୋଲି କହିଛନ୍ତି ଦାମ । ଗୁରୁବାର ଦାମ କହିଥିଲେ ଜୟୀ ରାଜଗୁରୁ, ସ୍ୱାଧିନତା ସଂଗ୍ରାମୀ ନୁହଁନ୍ତି । ଦେଶ ସ୍ୱାଧୀନତା ପାଇଁ ବିଦ୍ରୋହ କରିନାହାଁନ୍ତି ବରଂ ବ୍ୟକ୍ତିଗତ କାରଣ ପାଇଁ ଇଂରେଜ ସହ ଲଢେଇ କରିଥିଲେ । କୃଷିମନ୍ତ୍ରୀ ଦାମୋଦର ରାଉତଙ୍କ ଏଭଳି ବୟାନକୁ ନେଇ ଚର୍ଚ୍ଚା ଜୋରଧରିଛି । ଏହା ସହିତ ସେ କହିଥିଲେ ସେ ମନରୁ କିଛି କହୁ ନାହାଁନ୍ତି , ଐତିହାସିକ ମାନଙ୍କର ମତ ମଧ୍ୟ ସମାନ କଥା କହୁଛି ।