ମୁଖ୍ୟ ସଚିବଙ୍କୁ ଦାମ ବାଣ ! କହିଲେ, କ’ଣ କରୁଛନ୍ତି ଜାଣି ପାରୁନାହାଁନ୍ତି

38

କନକ ବ୍ୟୁରୋ : ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଉପରେ ବିଗିଡ଼ିଲେ ମନ୍ତ୍ରୀ ଦାମ ରାଉତ । ଦାମ କହିଛନ୍ତି, ମୁଖ୍ୟ ସବିବ କ’ଣ କରୁଛନ୍ତି, ଜାଣି ପାରୁନାହାଁନ୍ତି । ଧାମରା ଏଲଏନଜି ଟର୍ମିନାଲ୍ ପ୍ରକଳ୍ପ ସଂକ୍ରାନ୍ତରେ ଆଇଓସିଏଲ୍କୁ ଶୁଭେଚ୍ଛା ଜଣାଇଥିଲେ ମୁଖ୍ୟ ସଚିବ । ଯାହାକୁ ନେଇ ଚିହିଙ୍କି ଉଠିଛନ୍ତି ଦାମ ।

ସେପଟେ ଆଇଓସିଏଲ୍ ଟିମକୁ ଗ୍ୟାସ୍ ଟର୍ମିନାଲ୍ ପ୍ରକଳ୍ପ ପାଇଁ ମୁଖ୍ୟ ସଚିବ ଶୁଭେଚ୍ଛା ଜଣାଇବା ଘଟଣାରେ ଦାମ ବିଗିଡ଼ିଥିବା ବେଳେ ମନ୍ତ୍ରୀ ତଥା ମୁଖପାତ୍ର ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି- ଭଲ କାମକୁ ପ୍ରଶଂସା କରିବାରେ କିଛି ଭୁଲ୍ ନାହିଁ ।

ଧାମରାରେ ଏହି ଗ୍ୟାସ୍ ଟର୍ମିନାଲ୍ ଭୂମିପୂଜନ ଉତ୍ସ୍ୱବରୁ ଦୂରେଇ ରହିଥିଲା ବିଜେଡି । କାରଣ ଏହାକୁ ଦଳୀୟ ଉତ୍ସବରେ ପରିଣତ କରିଦିଆଗଲା ବୋଲି ଅଭିଯୋଗ କରିଥିଲା ବିଜେଡି ।