ଧର୍ମେନ୍ଦ୍ରଙ୍କ ସହ ହାତ ମିଳାଇଛନ୍ତି ବିଜେଡି ନେତା : ଦାମଙ୍କ ବିସ୍ଫୋରକ ବୟାନ

20

କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ପରେ ଦ୍ୱିତୀୟ ପର୍ଯ୍ୟାୟରେ ବି ଶାସକ ବିଜେଡି ଦଳକୁ ସାମ୍ନା କରିବାକୁ ପଡ଼ିଛି ଏକ ବଡ ଧରଣର ବିପର୍ଯ୍ୟୟ । ରାଜ୍ୟର ପ୍ରତିଟି କୋଣରେ ବିଜେଡିକୁ କଡ। ଟକ୍କର ଦେଇଛି ବିଜେପି । ଆଉ ବିଜେଡିର ଏହି ବିଫଳତା ଦେଖି ମନ୍ତ୍ରୀ ଦାମୋଦର ରାଉତ ରଖିଛନ୍ତି ବିସ୍ଫୋରକ ବୟାନ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ହାତ ମିଳାଇଛନ୍ତି କିଛି ବିଜେଡି ନେତା ବୋଲି ଦାମ କହିଛନ୍ତି । ସେହିପରି ଅମଲାଙ୍କ ଉପରେ ସଂପୂର୍ଣ୍ଣ ଭରସା କରିବା ବିଜେଡି ପାଇଁ ମହଙ୍ଗା ହୋଇଛି ବୋଲି ଦାମ ରାଉତ କହିଛନ୍ତି ।