ତୁଣ୍ଡ ପାଇଁ ଗଡିଲା ମୁଣ୍ଡ । ଦାମ କହିଲେ, ମୋହରା ବନିଲେ ମହାରଥୀ ।

242

ତୁଣ୍ଡ ଉପରେ ନିୟନ୍ତ୍ରଣ ନରଖିପାରିବାରୁ ଗଡିଲା ମୁଣ୍ଡ । ପିପିଲି ଘଟଣାକୁ ନେଇ ପ୍ରଦୀପ ମହାରଥୀଙ୍କ ଉପରେ କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ । ବେବିନା ଧର୍ଷଣ ଓ ହତ୍ୟା, ଏହା ଅତ୍ୟନ୍ତ ଦିନ ଭଳି ସତ । କିନ୍ତୁ ଏଥିରେ କ୍ରାଇମବ୍ରାଂଚ ତଦନ୍ତ ପରେ ଯେଉଁ ରିପୋର୍ଟ ଦେଲା ସେଥିରେ ଦୋଷୀ ନିର୍ଦ୍ଦୋଷରେ ଖଲାସ ହୋଇଗଲେ ବୋଲି କହିଛନ୍ତି ଦାମ ବାବୁ । ତେବେ ଏନେଇ ମହୀରଥୀଙ୍କ ବୟାନକୁ ଅସୁନ୍ଦର ବୋଲି ସେ କହିଛନ୍ତି । ଯେଉଁଥିପାଇଁ ଦଳରେ ମହାରଥୀ ରୋଷର ଶିକାର ହେଲେ ।

ମହୀରଥୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଥିବା କହୁଥିବା ବେଳେ ଏହାକୁ ମିଛ ବୋଲି କହିଛନ୍ତି ଦାମ । ସେ କହିଛନ୍ତି, ମହୀରଥୀଙ୍କ ଇସ୍ତଫା ପାଇଁ ବିରୋଧୀ ଅନେକ ଧାରଣା ଦେଇଥିଲେ । ତାଙ୍କ ଘର ଘେରାଉ କରିବା ସହ ଘର ଉପରକୁ ଅଣ୍ଡା ବିଲାତି ମଧ୍ୟ ମାଡ କରିଥିଲେ ବିଜେପି ଓ କଂଗ୍ରେସ ମହିଳା ମୋର୍ଚ୍ଚା । ଏହା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ତାଙ୍କୁ ଇସ୍ତଫା ଦେବା ପାଇଁ କହିନଥିଲେ । କିନ୍ତୁ ବାରିପଦାରେ ପ୍ରଧାନମନ୍ତ୍ରୀ ମୋଦି ପିପିଲି ପ୍ରସଙ୍ଗ ଉଠାଇବା ପରେ ମହାରଥୀଙ୍କୁ ଇସ୍ତଫା ଦେବା ପାଇଁ ବାଧ୍ୟ କରାଯାଇଛି ବୋଲି ଦାମ ବାବୁ କହିଛନ୍ତି । ବାହ୍ୟ ଚାପ ପଡିବାରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାରଥୀଙ୍କୁ ଇସ୍ତଫା ଦେବା ପାଇଁ କହିଥିବା ଦାମ କହିଛନ୍ତି ।