ଦାମଙ୍କ ଭିକାରୀ ମନ୍ତବ୍ୟ ପରେ ବାହ୍ମଣ ସମାଜ ପକ୍ଷରୁ ବିରୋଧର ସ୍ୱର ! ଶ୍ରୀମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

33

କନକ ବ୍ୟୁରୋ: ପୁଣି ଦାମଙ୍କ ବିବାଦୀୟ ମନ୍ତବ୍ୟ । ଭିକ ମାଗନ୍ତି ବ୍ରାହ୍ମଣ । କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କହିଛନ୍ତି, ଆଦିବାସୀ କେବେବି ଭିକ ମାଗନ୍ତି ନାହିଁ । ଝରଣା ପାଣି ପିଇ ବଂଚିଯିବେ ସିନା ଆଦିବାସୀ ଭିକ ମାଗିବେ ନାହିଁ । ହେଲେ ବ୍ରାହ୍ମଣ ହାତ ପତେଇ ସମସ୍ତଙ୍କୁ ଭିକ ମାଗନ୍ତି । ବସଷ୍ଟାଣ୍ଡରେ ବ୍ରାହ୍ମଣଙ୍କୁ ଏମିତି ହାତପତେଇ ଭିକ ମାଗୁଥିବାର ଦୃଶ୍ୟ ଦେଖିବାକୁ ମିଳେ ବୋଲି କହିଛନ୍ତି କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ।

ମାଲକାନଗିରିର ସାଂସ୍କୃତିକ ଗଣପର୍ବ ମାଲ୍ୟବନ୍ତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏଭଳି ବୟାନ ରଖିଥିଲେ କୃଷିମନ୍ତ୍ରୀ ଡାକ୍ତର ଦାମୋଦାର ରାଉତ । ଏବଂ ଆଦିବାସୀଙ୍କୁ ପ୍ରଶଂସା କରିବାକୁ ଯାଇ ବ୍ରାହ୍ମଣ ସମାଜ ବିରୋଧରେ ଏଭଳି କଟୁ ସମାଲୋଚନା କରିଥିଲେ । ଯାହା ଏବେ ଭାଇରାଲ୍ ବେଗରେ ଆଲୋଚନାର ବିଷୟ ପାଲଟିଛି । ଥରକୁ ଥର ବିବାଦୀୟ ମନ୍ତବ୍ୟ ଦେଇ ନିଜେ ବିବାଦୀୟ ବି ହୋଇପଡୁଛନ୍ତି ମନ୍ତ୍ରୀ ଦାମ ରାଉତ । ନିଜର ରୋକଠୋକ୍ କହିବାର ଶୈଳୀକୁ ନେଇ ଦାମ ସବୁବେଳେ ନିଜର ଦମ୍ ଦେଖାଇଚାଲିଛନ୍ତି ।

ଅନ୍ୟପଟେ, ଦାମଙ୍କ ଏଭଳି ମନ୍ତବ୍ୟ ପରେ ଆଜି ବ୍ରାହ୍ମଣ ସମାଜ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ । କୃଷିମନ୍ତ୍ରୀ ଦାମୋଦର ରାଉତଙ୍କ କ୍ଷମା ପ୍ରାର୍ଥନା ଦାବି କରିଛି ବ୍ରାହ୍ମଣ ସମାଜ ।