ବିଧାୟକଙ୍କ ଦରମା ବୃଦ୍ଧି ନେଇ ବୟାନବାଜୀ ଆରମ୍ଭ ! ଦାମଙ୍କ ଅଜବ ଯୁକ୍ତି, ସମସ୍ତଙ୍କୁ ବଢୁଛି ଆମର ବଢିଲା

107

କନକ ବ୍ୟୁରୋ : ମନ୍ତ୍ରୀ ଓ ବିଧାୟକଙ୍କ ଦରମା ବଢିଛି । ଏହାକୁ ନେଇ ଆରମ୍ଭ ହୋଇଛି ବୟାନବାଜୀ । ଆଜି ଏ ନେଇ ମନ୍ତ୍ରୀ ଦାମୋଦର ରାଉତ ଅଜବ ଯୁକ୍ତି ରଖିଛନ୍ତି । ଦାମ କହିଛନ୍ତି, ଦରଦାମ ବଢୁଛି । ଦରମା ବଢୁଛି । ମନ୍ତ୍ରୀ, ବିଧାୟକ କଣ ମଣିଷ ନୁହନ୍ତି । ତାଙ୍କର କଣ ପରିବାର ନାହିଁ । ଚାଷୀଙ୍କ ବାବଦରେ ବି ସେ ଅଜବ ତର୍କ ଦେଇଛନ୍ତି । ସେ କହିଛନ୍ତି, କେହି ଚାଷୀ କୃଷି ଋଣ ନେଉନାହାନ୍ତି । ଜମିମାଲିକମାନେ ନେଉଛନ୍ତି । ଋଣ ନେଇ ଚାଷ କରୁଥିବା ଚାଷୀଙ୍କ ତାଲିକା ବିରୋଧୀ ଦେବାକୁ ସେ ଆହ୍ୱାନ ଦେଇଛନ୍ତି । ତାପରେ ସେ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ କରିବେ କୃଷି ଋଣ ଛାଡ କରିବାକୁ ।

Dama Routସୂଚନାଯୋଗ୍ୟ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ସମେତ ମନ୍ତ୍ରୀ ଓ ବିଧାୟକଙ୍କ ଦରମା ବୃଦ୍ଧି କରିଛନ୍ତି । ଦରମା ଓ ଭତ୍ତା ଆଦିକୁ ମିଶାଇ ପାଖାପାଖି ୬୭% ବୃଦ୍ଧି କରାଯାଇଛି । ୨୦୧୭ ଜାନୁଆରି ପହିଲାରୁ ଏହା ପିଛିଲା ଭାବେ ଲାଗୁ ହେବ । ଗତକାଲି ସନ୍ଧ୍ୟାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବ ଉପରେ ମୋହର ଲାଗିଥିଲା । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ପୂର୍ବରୁ ଓଡ଼ିଶାର ବିଧାୟକମାନେ ଦରମା ଓ ଭତ୍ତା ଆଦି ମିଶାଇ ମାସିକ ୬୦ ହଜାର ଟଙ୍କା ପାଉଥିଲେ । ଏବେ କିନ୍ତୁ ସେମାନଙ୍କୁ ଲକ୍ଷେ ଟଙ୍କା ମିଳିବ । ସେହିପରି ବ¡ðòତ ଦରମା ଓ ଭତ୍ତାକୁ ବିଚାର କଲେ ମୁଖ୍ୟମନ୍ତ୍ରୀ ୯୮ ହଜାର ଟଙ୍କା, କ୍ୟାବିନେଟ୍ ମନ୍ତ୍ରୀ ୯୭ ହଜାର ଟଙ୍କା, ରାଷ୍ଟ୍ରମନ୍ତ୍ରୀ ୯୫ ହଜାର ଟଙ୍କା, ବାଚସ୍ପତି ୯୭ ହଜାର ୫୦୦ ଟଙ୍କା, ଉପବାଚସ୍ପତି ୯୫ ହଜାର ଟଙ୍କା, ବିରୋଧୀ ଦଳ ନେତା ୯୭ ହଜାର ଟଙ୍କା, ସରକାରୀ ଦଳ ମୁଖ୍ୟ ସଚେତକ ୯୭ ହଜାର ଓ ଉପମୁଖ୍ୟ ସଚେତକ ୯୩ ହଜାର ଟଙ୍କା ପାଇବେ ।

କ୍ୟାବିନେଟ୍ ଆଜି ପୂର୍ବତନ ବିଧାୟକମାନଙ୍କ ପେନସନ୍ ବି ବଢ଼ାଇଛନ୍ତି । ପୂର୍ବରୁ ସେମାନେ ସର୍ବନିମ୍ନ ୧୫ହଜାରdama rout ଓ ସର୍ବାଧିକ ୩୫ ହଜାର ଟଙ୍କା ପାଉଥିଲେ । ଏବେ କିନ୍ତୁ ସେମାନଙ୍କୁ ସର୍ବନିମ୍ନ ୨୫ ହଜାର ଓ ସର୍ବାଧିକ ୭୦ ହଜାର ମିଳିବ । ଏହାବ୍ୟତୀତ ପୂର୍ବତନ ବିଧାୟକଙ୍କ ସ୍ୱାସ୍ଥ୍ୟ ବୀମା ୨ଲକ୍ଷ ୫୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ପୂର୍ବରୁ ଏହା ୧ଲକ୍ଷ ଟଙ୍କା ଥିଲା । ସେହିଭଳି ପିସି ବିରୋଧରେ ମଧ୍ୟ ଦାମଙ୍କ ନିଜର ମତ ରଖିଛନ୍ତି । ସେ କହିଛନ୍ତି ପିସି ବିରୋଧରେ କହୁଥିବା ଲୋକେ ଅଧିକ ପିସି ନିଅନ୍ତି । ଗତକାଲି ପିସିକୁ ନେଇ ବି ବିଧାନସଭାରେ ହଟ୍ଟଗୋଳ ହୋଇଥିଲା । ଏହାକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ହୋଇଥିଲେ ।