ଦୀପାବଳିରେ ଦାମଙ୍କ ନୂଆ ବାଣ : କହିଲେ, ଖୁବ ଶୀଘ୍ର ଗଢିବେ ଦଳ

420

କନକ ବ୍ୟୁରୋ : ଦୀପାବଳିରେ ଦାମ ବାବୁ ମାରିଛନ୍ତି ନୂଆ ବାଣ । ଖୁବ ଶୀଘ୍ର ନୂଆ ଦଳ ଗଢିବେ ପୂର୍ବତନ ମନ୍ତ୍ରୀ ଦାମ ରାଉତ । କିଏ କିଏ ନୂଆ ଦଳରେ ସାମିଲ ହେବେ ସେ ନେଇ ଚୁପ୍ ରହିଛନ୍ତି । ତେବେ ବିଜୁ ବାବୁଙ୍କ ନାଁରେ ଦଳ ନାମିତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ସାରା ଓଡ଼ିଶାରେ ନାରୀ ନିର୍ଯାତନା ବଢି ଚାଲିଥିବା ସେମିତି ଦୁର୍ନୀତି ମଧ୍ୟ ବଢିଚାଲିଛି ବୋଲି ସେ ଅଭିଯୋଗ କରିଛନ୍ତି । ଏବଂ ତାଙ୍କ ଦଳ କ୍ଷମତାକୁ ଆସିଲେ ରାଜ୍ୟରେ ଦୁର୍ନୀତି କମିବ ବୋଲି ସେ କହିଛନ୍ତି ।

ଦଳ ଗଢ଼ିବା ଏକପ୍ରକାର ନିଶ୍ଚିତ ବୋଲି କହିଛନ୍ତି ଦାମ । ତେବେ ସହଯୋଗୀଙ୍କ ସହ ଆଲୋଚନା କରି ଦଳ ନେଇ ବିଦ୍ଧିବଦ୍ଧ ଭାବେ ଦଳ ଘୋଷଣା କରିବେ । ବ୍ୟକ୍ତିଗତ ଭାବେ ନୁହେଁ ସହଯୋଗୀ ଓ ଶୁଭେଚ୍ଛୁ ସହ ଏକାଠି ଏନେଇ ନିଷ୍ପତ୍ତି କରାଯିବ । ଆଉ ମାତ୍ର ଆଠ ଦଶ ଦିନ ମଧ୍ୟରେ ଦଳ ଘୋଷଣା କରାଯିବ ବୋଲି କହିଛନ୍ତି ଦାମ ରାଉତ । ତେବେ ଦଳରେ କେଉଁ କେଉଁମାନେ ସାମିଲ ହେବେ ସେନେଇ କୌଣସି ସୂଚନା ଦେଇନାହାନ୍ତି । କାରଣ ମୁଖ୍ୟମନ୍ତୀଙ୍କ କିଛି ପରାମର୍ଶଦତା, ଦାୟିତ୍ୱହୀନ ରାଜନେତା ଓ ଅଣଓଡ଼ିଆ ଘରୋଇ ସଚିବ ତାଙ୍କ ରାସ୍ତାରେ କଣ୍ଟା ସାଜୁଛନ୍ତି । ନୂଆ ଦଳ ଯେପରି ଗଢ଼ିନପାରେ ସେନେଇ ଚେଷ୍ଟା କରୁଛନ୍ତି । ଦଳ ଗଢ଼ିବା ପାଇଁ କାହା ସହ କଥା ହେଲେ ସେମାନେ ତାଙ୍କୁ ବିଭ୍ରାନ୍ତ କରୁଛନ୍ତି ।

ତେବେ ଦାମ ଯେଉଁ ନୂଆ ଦଳ ଗଢ଼଼ିବେ ସେଥିରେ ବିଜୁବାବୁଙ୍କ ନାଁ ରହିବ ବୋଲି ସେ ସୁନିଶ୍ଚିତ କରିଛନ୍ତି । ବିଜୁ ବାବୁଙ୍କ ନାମକୁ ପାଥେୟ କରି ଓଡ଼ିଶାରେ ବ୍ୟଭିଚାର ଓ ଲୁଣ୍ଠନ ହେଉଛି । ଦିନକୁ ଦିନ ରାଜ୍ୟରେ ବଳାତ୍କାର, ଲୁଣ୍ଠନ, ହତ୍ୟା, ବ୍ୟଭିଚାର,ସାମଜିକ ବୈଷମ୍ୟତା ସୀମା ଟପିଲାଣି । ତେବେ ଏସବୁ ବିରୋଧରେ ସଂଗ୍ରାମ କରିବା ପାଇଁ ଦାମ ନୂଆ ଦଳ ଗଢ଼ିବେ ବୋଲି କହିଛନ୍ତି ।