ଦାମଙ୍କ ଗୁଗଲି

27

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ସିଏମସି ୨୧ ନମ୍ବର ୱାର୍ଡ ବିଜେଡି ହାତରୁ ଖସିଗଲା ପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ । କହିଛନ୍ତି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମସ୍ଥାନ କଟକରେ ଦଳ ଉପନିର୍ବାଚନ ହାରିବା ତାଙ୍କୁ ଯନ୍ତ୍ରଣା ଦେଇଛି । ଏଥିସହ ପୁଣି ଏକ ଗୁଗଲି ଛାଡିଛନ୍ତି ଦାମ ବାବୁ । ସିଏମସି ମେୟରଙ୍କ ଦୋଷ ନଥାଇ ପଦରୁ ହଟାଇବାର ପ୍ରତିକ୍ରିୟା ଲୋକଙ୍କ ଉପରେ ପଡିଥିବା ଖୋଲାଖୋଲି କହିଛନ୍ତି ଦାମ ବାବୁ । ରାସନ କାର୍ଡ ଦୁର୍ନୀତିରେ ବିଜେଡି ମେୟର ଅନୀତା ବେହାରାଙ୍କ କୌଣସି ଦୋଷ ନଥାଇ ତାଙ୍କୁ ପଦରୁ କାହିଁକି ହଟାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ ପୁଣି ନେତା, ନୈତିକତାର କଥା କହି ପରୋକ୍ଷରେ ଦେବାଶିଷ ସାମନ୍ତରାୟଙ୍କୁ ଟାର୍ଗେଟ କରିଛନ୍ତି ଦାମ । ଲୋକପ୍ରତିନିଧି ଯେମିତି ବ୍ୟବହାର କରିବେ ଲୋକେ ସେମିତି ଗ୍ରହଣ କରିବେ ବୋଲି ଦାମୋଦର ରାଉତ କହିଛନ୍ତି ।