ମହଙ୍ଗା ପଡିବ ବୟାନ ? ଭର୍ତୃହରିଙ୍କ ବୟାନ ପରେ ବିଜେଡିରେ ସୃଷ୍ଟି ହୋଇଛି ଝଡ

36

କନକ ବ୍ୟୁରୋ : ଭର୍ତୃହରିଙ୍କ ବୟାନ ପରେ ବିଜେଡିରେ ଝଡ ସୃଷ୍ଟି ହୋଇଛି । ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି ଦଳ ଭର୍ତୃହରିଙ୍କ ମନ୍ତବ୍ୟକୁ ଗୁରୁତର ସହ ନେଇଛି । ଦଳ ପକ୍ଷରୁ ଏଥି ପାଇଁ ଅଧିକ ଅନୁଧ୍ୟାନ କରାଯାଉଛି । ସେପଟେ ଅବକାରୀ ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି ଦଳର ନେତା ଭର୍ତୃହରିଙ୍କ ସହ କଥା ହୋଇଥିବେ ନଚେତ ଏହା ତାଙ୍କର ବ୍ୟକ୍ତିଗତ ମତ ହୋଇଥିବ ।

କିନ୍ତୁ ଭର୍ତୃହରିଙ୍କ ପ୍ରସଙ୍ଗରେ ବାରବାଟୀ ବିଧାୟକ ଦେବାଶିଷ୍ ସାମନ୍ତରାୟଙ୍କ ପ୍ରତିକ୍ରିୟା ଉପରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ଅବକାରୀ ମନ୍ତ୍ରୀ । ଭର୍ତୃହରି କିଛି ରାଜନୈତିକ ପ୍ରସଙ୍ଗ ଉପରେ ମତ ଦେଇଛନ୍ତି ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯିବ । ପ୍ରଫୁଲ ଘଡେଇ ବ୍ୟକ୍ତିଗତ ବିଷୟ ଉପରେ ମନ୍ତବ୍ୟ ଦେଇଥିବାରୁ ବିଦାୟ ହୋଇଥିଲେ ।

ଦେବାଶିଷ ପୂର୍ବରୁ ଭର୍ତୃହରି କିଏ ବୋଲି ପ୍ରଶ୍ନ କରିଥିଲେ । ଭର୍ତୃହରି ବିଜେଡି ଓ କଂଗ୍ରେସ ସହ ମେଂଟ ହେବା କଥା ନେଇ ବୟାନ ଦେଇଥିଲେ । ଏପରିକି ଗଣମାଧ୍ୟକୁ କହିଥିଲେ ଏହି ବୟାନ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ଦେଇଥିଲେ । ଆହୁରି କହିଥିଲେ ବିଜେଡି ସିବିଆଇ କବଳରୁ ରକ୍ଷା ପାଇବା ପାଇଁ ବିଜେପି ସହ ସଲାସୁତୁରା କରୁଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –