ବୈଜୟନ୍ତଙ୍କ ଢେଙ୍କାନାଳ ଗସ୍ତକୁ ନେଇ ଚର୍ଚ୍ଚା ! ୨୦୧୯ରେ ବିଜେପି ଟିକେଟରୁ ଲଢିବେ କି ଜୟ ? ଦାମ କହିଲେ, ଦଳ ଡିଆଁଙ୍କୁ ଘୃଣା କରନ୍ତି ଲୋକେ

31

କନକ ବ୍ୟୁରୋ : କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ୧୫ ଦିନରେ ଦୁଇ ଦୁଇଥର ଢେଙ୍କାନାଳ ଗସ୍ତକୁ ନେଇ ଭିନ୍ନ ରାଜନୈତିକ ଚର୍ଚ୍ଚା । ଏପଟେ ଏହି ଚର୍ଚ୍ଚାକୁ ଆହୁରି ଜୋରଦାର କରିଛି ବିଜେଡି ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତଙ୍କ ବୟାନ । ବୈଜୟନ୍ତ ପଣ୍ଡାଙ୍କ କାମାକ୍ଷନଗର ଓ ଭୂବନ ଗସ୍ତକୁ ନେଇ ଚର୍ଚ୍ଚା ହେଉଛି ଯେ, ସେ ୨୦୧୯ରେ ବିଜେପି ଟିକେଟରେ ଢେଙ୍କାନାଳରୁ ନିର୍ବାଚନ ଲଢିପାରନ୍ତି ।

ସାମ୍ବାଦିକଙ୍କ ଏଭଳି ପ୍ରଶ୍ନରେ ଦାମ ବାବୁ କହିଛନ୍ତି ଯେ, ବୈଜୟନ୍ତ ଜଣେ ବରିଷ୍ଠ ନେତା ଓ ସାଂସଦ, ସିଏ ଯୁଆଡେ ଯିବାକୁ ଚାହିଁବେ ଯାଇପାରିବେ । ଏପରିକି ବିଜେଡି ଦଳରୁ ଯିଏ ଗଲା ସିଏ ଗଲା । ଏହାର ଅନେକ ଉଦାହରଣ ଦେଖିବାକୁ ମିଳିଛି । କିନ୍ତୁ ଦଳବଦଳ କରୁଥିବା ନେତାଙ୍କୁ ଲୋକେ ଘୃଣା କରନ୍ତି ବୋଲି ଦାମ ବାବୁ ଚେତାଇ ଦେଇଛନ୍ତି । ସେପଟେ ବୈଜୟନ୍ତ, ନିଜ ଢେଙ୍କାନାଳ ଗସ୍ତକୁ ସଂପୂର୍ଣ୍ଣ ବ୍ୟକ୍ତିଗତ ବୋଲି କହିଛନ୍ତି ।