କଳି ଆଣୁଛି କଳିକାଳ !

37

କନକ ବ୍ୟୁରୋ : ଦିନକୁ ଦିନ ଭୟଙ୍କର ରୂପ ନେଉଛି ଦାମ-ଦେବାଶିଷଙ୍କ କଥାଯୁଦ୍ଧ । ଆଉ ନିଆଁରେ ଘିଅ ଢାଳିବାକୁ ଜଣେ ପରେ ଜଣେ ଦଳୀୟ ନେତା ଆଗେଇ ଆସୁଛନ୍ତି । ପ୍ରଭାତ ବିଶ୍ୱାଳ, ଦେବାଶିଷଙ୍କ ପାଇଁ ଓକିଲାତି କରୁଥିବା ବେଳେ ଦାମଙ୍କୁ ଦମ୍ଭ ଦେବାକୁ ଆଗେଇ ଆସିଛନ୍ତି ହୁସେନ ରବି ଗାନ୍ଧି । ଏ ଲଢେଇ ପରିଣତି କଣ ହେବ କହିବା ମୁସ୍କିଲ । ହେଲେ ଦଳୀୟ ଅନୁଶାସନକୁ ଏହି ପ୍ରସଙ୍ଗ ଦୋହଲାଇ ଦେଉଛି ।