ଦାମଙ୍କ ଇତିହାସ ଚର୍ଚ୍ଚା ! ମୋଦିଙ୍କୁ କହିଲେ ମହମ୍ମଦ ଘୋରୀ ଓ ଧର୍ମେନ୍ଦ୍ର ହେଉଛନ୍ତି ଜୟଚନ୍ଦ୍ର

148

କନକ ବ୍ୟୁରୋ : ଦାମ ପଢ଼ାଇଲେ ଇତିହାସ ପାଠ । ୯ଶହ ବର୍ଷର ତଳର ଇତିହାସକୁ ଓଡ଼ିଶା ରାଜନୀତି ସହ ଯୋଡ଼ିବାର ଉଦ୍ୟମ କରିଛନ୍ତି ନବୀନ ସରକାରଙ୍କ ଏହି ବରିଷ୍ଠ ମନ୍ତ୍ରୀ । ୧୧୯୧-୯୨ ମସିହାର ତିରୋରୀ ଯୁଦ୍ଧ ସହ ତୁଳନା କରିଛନ୍ତି । ଆଉ ଏଥିରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମହମ୍ମଦ ଘୋରୀଙ୍କ ସହ ତୁଳନା କରିବା ସହ ଧର୍ମେନ୍ଦ୍ରଙ୍କୁ ତୁଳନା କରିଛନ୍ତି ଜୟଚନ୍ଦ୍ରଙ୍କ ସହ ଯିଏ ପୃଥ୍ୱୀରାଜ ଚୌହାନ୍ ଅର୍ଥାତ୍ ନବୀନଙ୍କୁ ହତ୍ୟା କରିବା ପାଇଁ ଆସିଥିବା ବୟାନ୍ ଦେଇଛନ୍ତି ।

୧୧୯୧-୯୨ ମସିହାର ଇତିହାସ, ଆଜିର ଦିନରେ ଓଡ଼ିଶା ରାଜନୀତିରେ ଉଦାହରଣ ହୋଇ ସାମ୍ନାକୁ ଆସିବ ହୁଏତ ଏହା କେହି କଳ୍ପନା କରିନଥିବେ । କିନ୍ତୁ ଆଜି ନବୀନ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଦାମ ଦେଇଛନ୍ତି ପାନୀପଥ ଯୁଦ୍ଧର ଉଦାହରଣ । ଚୌହାନ ବଂଶର ରାଜା ପୃଥ୍ୱୀରାଜ ଚୌହାନ କେମିତି ହାରିଲେ ପାନୀପଥ ଯୁଦ୍ଧ । ମହମ୍ମଦ ଘୋରୀଙ୍କଙ୍କ ଠାରୁ ହାରିବା ପଛରେ ଜୟଚନ୍ଦ୍ର ଥିଲା କି ପ୍ରକାର ଷଡଯନ୍ତ୍ର । ଆଉ ଏହି ଯୁଦ୍ଧର ଉଦାହରଣ ଦେବାକୁ ଯାଇ ନରେନ୍ଦ୍ର ମୋଦିଙ୍କୁ ମହମ୍ମଦ ଘୋରୀ ସହ ତୁଳନା କରିଛନ୍ତି ଡକ୍ଟର ଦାମୋଦର ରାଉତ ।
ପ୍ରଥମେ ପାଇକ ବିଦ୍ରୋହକୁ ନେଇ ରାଜନୀତି । ୨ଶହ ବର୍ଷ ତଳର ଇତିହାସକୁ ମନେ ପକାଉଛନ୍ତି ରାଜନୈତିକ ଦଳ । ଆଉ ଏକେ ମହମ୍ମଦ ଘୋରୀ ଏବଂ ପୃଥ୍ୱୀରାଜ ଚୌହାନଙ୍କ କଥା ସାମ୍ନାକୁ ଆଣିଛନ୍ତି ଡକ୍ଟର ଦାମୋଦର ରାଉତ । ଆଉ ହଠାତ୍ ଯେମିତି ଓଡ଼ିଶା ରାଜନୀତିକୁ ପସି ଆସିଛି ୯ଶହ ବର୍ଷ ତଳର ଇତିହାସ ।