ଦାମଙ୍କ ଛାତିପିଟା ଚ୍ୟାଲେଞ୍ଜ୍ : ଦଲାଲ ସହ ସମ୍ପର୍କ ନେଇ ଅଭିଯୋଗ ପରେ ଦାମ କହିଲେ ତଦନ୍ତ ପାଇଁ ପ୍ରସ୍ତୁତ

25

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ପୁଣି ଚିହିଁକି ଉଠିଲେ ଦାମ । ଛାତି ବାଡେଇ ଖୋଲାଖୋଲି ଚ୍ୟାଲେଂଜ ଦେଲେ । ପାରାଦୀପରେ ବେଆଇନ୍ ଟଂକା ଠୁଳ ଓ ଦଲାଲ ସହ ସମ୍ପର୍କ ନେଇ ଅଭିଯୋଗ ପରେ ଦାମ ସିଧାସଳଖ କହିଛନ୍ତି, ଯେକୌଣସି ତଦନ୍ତ ପାଇଁ ସେ ପ୍ରସ୍ତୁତ ।

ପାରାଦୀପ ଆଇଓସିଏଲରେ ଚାକିରି ନାଁରେ ୧୦ କୋଟି ଠକିଥିବା ଜଣେ ଦଲାଲ ସହ ଗୋଟିଏ ଫ୍ରେମରେ ନଜର ଆସିଥିଲେ ବିଜେଡିର ଏହି କୁହାଳିଆ ନେତା । ସାମ୍ନାକୁ ଆସିଥିଲା ବିଜେଡି ହେଭିୱେଟଙ୍କ ସହ ମହା ଠକର ଅନେକ ଫଟୋ । ଦଳୀୟ କାର୍ଯ୍ୟକ୍ରମ, ସଭା ଓ ରାଲିରେ ଦାମ ରାଉତଙ୍କ ପାଖେପାଖେ ଥିଲା ଦଲାଲ୍ ମୁକେଶ ସାମଲ । ଯାହାକୁ ନେଇ ପ୍ରଶ୍ନ ଉଠାଇଥିଲା କଂଗ୍ରେସ ।