ପୁଣି ଲାଗିଲା ଦାମ-ବିଜେପି କଳି ! ମରୁଡି ପାଇଁ ମୋଦିଙ୍କ ପଟ୍ଟଶିଷ୍ୟ ଧର୍ମେନ୍ଦ୍ରଙ୍କୁ କଲେ ଦାୟୀ !

29

କନକ ବ୍ୟୁରୋ : ସର୍ବଦା କେନ୍ଦ୍ର ସରକାରଙ୍କୁ ଦାୟୀ କରୁଥିବା ବିଜେଡି ଚଳିତବର୍ଷ ରାଜ୍ୟରେ ଦେଖାଦେଇଥିବା ମରୁଡି କେନ୍ଦ୍ରକୁ ଦାୟୀ କରିଛି । କେନ୍ଦ୍ର ଅବହେଳାର ନାରା ଦେଇ ନିର୍ବାଚନୀ ବୈତରଣୀ ପାର ହେଉଥିବା ବିଜେଡି ପୁଣି ଥରେ ଏହି ନାରାକୁ ଦୋହରାଇଛି ।ମୋଦିଙ୍କ ପଟ୍ଟଶିଷ୍ୟ ହୀରାକୁଦକୁ ପାଣି ନଛାଡିବାରୁ ରାଜ୍ୟରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଆଜି ଏଭଳି ଟାର୍ଗେଟ୍ କରିଛନ୍ତି ବିଜେଡି ଉପସଭାପତି ଡାକ୍ତର ଦାମୋଦର ରାଉତ ।

ପାଣି ଅଭାବରୁ ଜମି ଫାଟି ଫସଲ ନଷ୍ଟ ହୋଇଥିବା ବେଳେ ଏଥିପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ଦାୟୀ କରିଛନ୍ତି ରାଜ୍ୟ କୃଷିମନ୍ତ୍ରୀ । ଫସଲ ବେଉଷା ସମୟରେ ମୋଦି ଓ ତାଙ୍କ ପଟ୍ଟଶିଷ୍ୟ ହୀରାକୁଦକୁ ପାଣି ନ ଛାଡିବାରୁ ଏଭଳି ପରିସ୍ଥିତି ଉପୁଜିଛି । ଏଥିସହ ରାଜ୍ୟ ସରକାର ମରୁଡି ନେଇ ଯେଉଁ ଘୋଷଣା କରିଛନ୍ତି ତାହା ଐତିହାସିକ ବୋଲି ଦାମବାବୁ କହିଛନ୍ତି ।