ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀକୁ ବିଷ୍ଣୁ ଦାସଙ୍କୁ ଡକା ନଯିବା ପ୍ରସଙ୍ଗ : ସାଂସଦ ବିଷ୍ଣୁ ଦାସ ଓ ମନ୍ତ୍ରୀ ଦାମୋଦର ରାଉତଙ୍କ ବିବାଦ

27

କନକ ବ୍ୟୁରୋ : ଶେଷ ହୋଇଛି ପଂଚାୟତ ନିର୍ବାଚନ । ହେଲେ ଶେଷ ହୋଇନି ରାଜ୍ୟସଭା ସାଂସଦ ବିଷ୍ଣୁ ଦାସ ଓ ମନ୍ତ୍ରୀ ଦାମୋଦର ରାଉତଙ୍କ ବିବାଦ । ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀକୁ ବିଷ୍ଣୁ ଦାସଙ୍କୁ ଡକା ନଯିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ବିଷ୍ଣୁ । ଏଥିପାଇଁ ଦାମୋଦରଙ୍କୁ ଦାୟୀ କରିଛନ୍ତି ବିଷ୍ଣୁ। କହିଛନ୍ତି ମୋତେ ବିଜୁ ବାବୁଙ୍କ ଶତବାର୍ଷିକୀ ଉତ୍ସବକୁ ଡକାନଯିବା ହୀନମନ୍ୟତାର ପରିଚୟ । ମୋତେ ମୁଖ୍ୟମନ୍ତ୍ରୀ ପୂର୍ବରୁ ଡାକି ଜଣାଇଥିଲେ । ମୋ ନା ନିମନ୍ତ୍ରଣ ପତ୍ରରେ ନାହିଁ କିମ୍ବା ମୋତେ ନିମନ୍ତ୍ରଣ କରାଯାଇନାହିଁ ।

ସେପଟେ ବିଷ୍ଣୁଙ୍କ ମନ୍ତବ୍ୟ ଉପରେ ଜବାବ ରଖିଛନ୍ତି ମନ୍ତ୍ରୀ ଦାମୋଦର ରାଉତ । କହିଛନ୍ତିି ମୋ ବାପାଙ୍କ ଶ୍ରାଦ୍ଧ ହେଉଛି, ସେମାନଙ୍କୁ କାହିଁକି ଡାକିବି । ସେମାନଙ୍କର ଯଦି ଇଛା ହେଉଛି ତେବେ ସେମାନ ଆସନ୍ତୁ ଏବଂ ଭୋଜି ଖାଇ ଯାଆନ୍ତୁ ।