ଜନ୍ମଦିନରେ ପାରାଦ୍ୱୀପରେ କୋଳାକୋଳି ହେଲେ ବିଜୟ-ଦାମ । ମନ୍ତ୍ରୀଙ୍କ ରାଜନୈତିକ ଦକ୍ଷତାକୁ ବରିଷ୍ଠ ବିଜେପି ନେତାଙ୍କ ପ୍ରଂଶସା

30

କନକ ବ୍ୟୁରୋ : ଦାମ ବିଜୟ କୋଳାକୋଳି । କୃଷି ମନ୍ତ୍ରୀ ଦାମୋଦର ରାଉତଙ୍କ ୭୬ତମ ଜନ୍ମଦିନ ପାଳନ ଅବସରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଜନ୍ମଦିନ ଅବସରରେ ପାରାଦ୍ୱୀପଠାରେ ଆୟୋଜିତ ଉତ୍ସବରେ ଯୋଗ ଦେଇ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ଦାମଙ୍କ ରାଜନୈତିକ ଦକ୍ଷତାର ପ୍ରଶଂସା କରିଛନ୍ତି ।

କହିଛନ୍ତି ଦାମଙ୍କୁ ବାଦ୍ ଦେଇ ଓଡିଶା ରାଜନୀତି ଲେଖାଯାଇ ପାରିବ ନାହିଁ । ପାରାଦ୍ୱୀପ ନଗର ବିଜେଡି ସଭାପତି ବସନ୍ତ ବିଶ୍ୱାଳଙ୍କ ସଭାପତିତ୍ୱରେ ଏହା ଆୟୋଜିତ ହୋଇଥିଲା ।