ମହାନଦୀରେ ଛତିଶଗଡର ଡ୍ୟାମ ନିର୍ମାଣ ପ୍ରସଙ୍ଗ : ସର୍ବଦଳୀୟ ବୈଠକ ଦାବି କଲେ ବିରୋଧୀ ଦଳ ନେତା

29

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହାନଦୀରେ ଛତିଶଗଡର ଡ୍ୟାମ ନିର୍ମାଣ ପ୍ରସଙ୍ଗକୁ ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ନରସିଂହ ମିଶ୍ର । ଏନେଇ ସେ ସର୍ବଦଳୀୟ ବୈଠକ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବେ ବୋଲି ଜଣାଇଛନ୍ତିି । ଅନ୍ୟପକ୍ଷରେ ସର୍ବଦଳୀୟ ବୈଠକକୁ ସ୍ୱାଗତ କରିଛି ବିଜେପି । ଏନେଇ ଏକ କମିଟି ଗଠନ କରି ପ୍ରକଳ୍ପ କ୍ଷେତ୍ର ଅନୁଧ୍ୟାନ କରିବାକୁ ବିଜେପି ବିଧାୟକ ପ୍ରଦୀପ ପୁରୋହିତ ଦାବି କରିଛନ୍ତି । ସେପଟେ ବିଜେଡି ସର୍ବଦଳୀୟ ବୈଠକ ନେଇ ସ୍ପଷ୍ଟ ଭାବେ ସମର୍ଥନ କରିନଥିବାବେଳେ, ବିରୋଧି ଦଳକୁ ଏହି ପ୍ରସଙ୍ଗରେ ମିଳିତ ସ୍ୱର ଉଠାଇବାକୁ ଆହ୍ୱନ ଦେଇଛନ୍ତି ।