ଗୁଜରାଟରେ ଅଭାବନୀୟ ଘଟଣା ! ଘୋଡ଼ା ରଖିବାରୁ ଦଳିତ ଯୁବକଙ୍କୁ ହତ୍ୟା, ରାଜ୍ୟ ସରକାରଙ୍କ ପାଖରେ ପହଞ୍ଚିଲା ରିପୋର୍ଟ

42

ଗୁଜରାଟ ଭାବନଗର ଜିଲ୍ଲାରେ ଜଣେ ଦଳିତ ଯୁବକ ଗୋଟାଏ ଘୋଡ଼ା ପାଳିବା ସହ ତା’ ଉପରେ ସବାର ହୋଇ ଯାତାୟାତ କରିବା କାରଣରୁ ଉଚ୍ଚ ଜାତିର ଲୋକେ ତାଙ୍କୁ ହତ୍ୟା କରିଛନ୍ତି ବୋଲି ଅଭିଯୋଗ ହୋଇଥିବା କଥା ପୁଲିସ କହିଛି  । ଭାବନଗର ଅନ୍ତର୍ଗତ ଉମରାଲା ତାଲୁକର ତିମ୍ବି ଗାଁ’ରେ ଗୁରୁବାର ଦିନ ୨୧ ବର୍ଷିୟ ପ୍ରଦୀପ ରାଥୋଡଙ୍କୁ ହତ୍ୟା କରାଯାଇଥିଲା । ଆତତାୟୀ ସନ୍ଦେହରେ ତିନି ଜଣକୁ ଅଟକ ରଖା ଯାଇ ପଚରାଉଚୁରା କରାଯାଉଛି ବୋଲି ଭାବନଗର ଏସସି/ଏସଟି ସେଲର ଡେପୁଟି ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ଏ ଏମ୍ ସୟିଦ୍ କହିଛନ୍ତି ।

ତାଙ୍କ କହିବା ଅନୁସାରେ ତିନି ଜଣ ଲୋକଙ୍କୁ ପଚରାଉଚରା କରାଯାଉଛି । କିଛି ସିସିଟିଭି ଫୁଟେଜ୍ ମଧ୍ୟ ସଂଗ୍ରହ ହୋଇଛି, ଯେଉଁଥିରେ ଶବ ମିଳିବା ପୂର୍ବରୁ ପ୍ରଦୀପ ଘୋଡ଼ାରେ ସବାର ହୋଇଥିବା ଚିତ୍ର ରହିଛି । ପୂର୍ବ ବିବାଦ ଓ ପ୍ରେମ ଆଦି ଘଟଣା ସମେତ ଆମେ ମାମଲାଟିକୁ ଭିନ୍ନ ଦିଗରୁ ତଦନ୍ତ କରାଯାଉଛି । ଉମରାଲା ପୁଲିସକୁ ଦେଇଥିବା ଅଭିଯୋଗ ପତ୍ରରେ ପ୍ରଦୀପଙ୍କ ବାପା କାଲୁଭାଇ ରାଥୋଡ୍ ଦାବି କରିଛନ୍ତି ଯେ ନିକଟରେ ପୁଅ ଗୋଟାଏ ଘୋଡ଼ା ଖରିଦ କରିଥିବାରୁ କେତେକ ଉଚ୍ଚ ଜାତିର ରାଜପୁତ ଲୋକେ ଅସନ୍ତୁଷ୍ଟ ଥିଲେ ।

ଘୋଡ଼ାଟିକୁ ବିକି ନ ଦେଲେ ଜୀବନରୁ ମାରି ଦେବେ ବୋଲି ସେମାନେ ପ୍ରଦୀପଙ୍କୁ ଧମକ ଦେଇଥିବା କଥା ବାପା ଦାବି କରିଛନ୍ତି । ଅଭିଯୋଗରେ ସେ ଦର୍ଶାଇଛନ୍ତି ଯେ ଗତ ସନ୍ଧ୍ୟାରେ ସେ ଖଳାରୁ ଘରକୁ ଫେରୁଥିବା ବେଳେ କେତେକ ରାଜପୁତ ତାକୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଛନ୍ତି । ତିମ୍ବି ଗାଁ’ର ନତୁଭା ଦରବାର ଏବଂ କେତେକ ଅଚିହ୍ନା ଲୋଙ୍କ ନାମ ଏଫ୍ଆଇଆର ଦିଆ ଯାଇଛି ବୋଲି ପୁଲିସ କହିଛି । ଉମରାଲା ପୁଲିସ ହାତରୁ ତଦନ୍ତ ଭାର ଗ୍ରହଣ କରି ସୟିଦ୍ କହିଛନ୍ତି ଯେ ତିନି ଜଣ ଲୋକଙ୍କୁ ଅଟକ ରଖା ଯାଇଛି ।