ଯୋଗୀ ଆଦିତ୍ୟ ନାଥଙ୍କୁ ୧୬ ଫୁଟ ଲମ୍ବର ସାବୁନ ପଠାଇଲେ ଦଳିତ ! କହିଲେ, ନିଜକୁ ସଫା କରି ଗୁଜୁରାଟ ଆସନ୍ତୁ ମୁଖ୍ୟମନ୍ତ୍ରୀ

42

ଯୋଗୀ ଆଦିତ୍ୟ ନାଥଙ୍କୁ ସାବୁନ ପଠାଇଲେ ଦଳିତ । କୁଶୀନଗରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆଗମନ ନେଇ ତାଙ୍କର ଅଧିକାରୀ ଦଳିତ ଲୋକଙ୍କୁ ସାବୁନ, ସାମ୍ପୋ ଓ ଡିଓ ବାଣ୍ଟିବାଥିବାର ଜଣାପଡିଥିଲା । ଏହି ଖବର ପ୍ରଚାର ହେବା ପରେ ଗୁଜୁରାଟରେ ନବଗଠିତ ଦଳିତ ସଙ୍ଗଠନ ୟୁପି ମୁଖ୍ୟମନ୍ତ୍ରୀଙ୍କୁ ୧୬ ଫୁଟ ଲମ୍ବର ଏକ ସାବୁନ ପଠାଇଛନ୍ତି । ସାବୁନ ପଠାଇ ଦଳିତ ମାନେ କହିଛନ୍ତି ୯ ଜୁନରେ ଅହମଦାବାଦରେ ହେବାକୁ ଥିବା ସାର୍ବଜନିକ ସମାରୋହରେ ସେ ନିଜକୁ ସଫା କରି ସାମିଲ ହୁଅନ୍ତୁ ।

ଏଇଠି କହିରଖୁଛୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କୁଶୀନଗର ପରିଦର୍ଶନ ସମୟରେ ତାଙ୍କର ଅଧିକାରୀ ମାନେ ଦଳିତ ମାନଙ୍କୁ ସାବୁନ ବାଣ୍ଟିଥିଲେ । ସାବୁନ ବାଣ୍ଟିବାର କାରଣ ଥିଲା ସେମାନେ ଗାଧୋଇ କି ଆସନ୍ତୁ, ଯାହାଦ୍ୱାରା ତାଙ୍କ ଶରୀରରୁ ଗନ୍ଧ ଆସିବ ନାହିଁ । ଗୁଜୁରାଟର ନବଗଠିତ ସଦସ୍ୟ ସମିତି କହିଛନ୍ତି, କି ଏଥିରେ ଯୋଗୀ ଆଦିତ୍ୟନାଥଙ୍କର ଜାତିବାଦୀ ମାନସିକତା ସ୍ପଷ୍ଟ ଦେଖାଦେଉଛି । ସେମାନେ କହିଛନ୍ତି ଯୋଗୀ ଆଦିତ୍ୟତାଥ ନିଜକୁ ପ୍ରଥମେ ସ୍ୱଚ୍ଛ କରିବା ଜରୁରୀ ।