ଏହି ଗାଁରେ କେବେ ବାହାରିନଥିଲା ଦଳିତଙ୍କ ବରଯାତ୍ରୀ, କିନ୍ତୁ ଯେବେ ବାହାରିଲା ତାଙ୍କ ସୁରକ୍ଷାରେ ମୁତୟନ ଥିଲେ ୧୫୦ ପୁଲିସକର୍ମୀ । ଜାଣନ୍ତୁ ଏହାର କାରଣ

44

କାସଗଂଜ ଜନପଦର ସିଟି କୋତବାଲୀ ଥାନା କ୍ଷେତ୍ରର ନିଜାମପୁର ଗାଁରେ ପ୍ରଥମ ଥର କୈାଣସି ଦଳିତଙ୍କ ବରଯାତ୍ରୀ ପୁଲିସର କଡା ସୁରକ୍ଷା ବ୍ୟବସ୍ଥା ଭିତରେ ଯାଇଛି । କନ୍ୟାବଧୂ ର ସ୍ୱପ୍ନ ଥିଲା ଯେ, ତାଙ୍କ ବର ଘୋଡା ଚଢ଼ି ତାଙ୍କ ଘରକୁ ଆସନ୍ତୁ । କିନ୍ତୁ ଏଯର୍ଯ୍ୟନ୍ତ ନିଜାମପୁର ଗାଁରେ ଦଳିତଙ୍କୁ ଘୋଡା ଚଢ଼ିବାର ଅନୁମତି ନଥିଲା । ବର ପୁଲିସକୁ ଗୁହାରି କଲେ, ଯାହା ପରେ ଜିଲ୍ଲା ପ୍ରଶାସନ ସୁରକ୍ଷା ଦେବାର ଭରସା ଦେଲେ । ଯେତେବେଳେ ବରଯାତ୍ରୀ ପହଂଚିବାର ଥିଲା, ସେହି ସମୟରେ ବହୁତ ସଂଖ୍ୟାରେ ପୁଲିସକର୍ମୀଙ୍କୁ ମୁତୟନ କରାଯାଇଥିଲା । କନ୍ୟାକୁ ବିଦାୟ ଦେବା ପର୍ଯ୍ୟନ୍ତ ନିଜାମପୁର ଗାଁରେ ପର୍ଯ୍ୟାପ୍ତ ସଂଖ୍ୟାରେ ପୁଲିସକର୍ମୀ ମୁତୟନ ଥିଲେ । ସଂଜୟ ଜାଟବ ଓ ଶୀତଲ ର ବିବାହ ମାମଲା ଏବେ ଚର୍ଚ୍ଚାରେ । ଏଥିପାଇଁ ସଂଜୟ ଆଲ୍ଲାହାବାଦ ହାଇକୋର୍ଟ ପର୍ଯ୍ୟନ୍ତ ବି ଯାଇଥିଲେ ।

ବିବାହ ପରେ କନ୍ୟାର ପରିବାର ଲୋକ ଖୁସି ହେବା ସହିତ ଭୟରେ ଅଛନ୍ତି । କାହିଁକିନା ଗାଁର ଠାକୁରମାନେ ତାଙ୍କ ପରିବାରକୁ ଧମକାଇଛନ୍ତି । ନିଜାମପୁର ଗାଁରେ ୪୦ଟି ଠାକୁର ପରିବାର ଓ ୫ ଜାଟବ ପରିବାର ରହନ୍ତି । ଏହି ଗାଁରେ ଆଜି ପର୍ଯ୍ୟନ୍ତ ଦଳିତଙ୍କ ବରଯାତ୍ରୀ ବାହାରି ନଥିଲା ।

ସୂଚନା ମୁତାବକ, ବିବାହ ସମୟରେ ୧୫୦ରୁ ବି ଅଧିକ ପୁଲିସକର୍ମୀଙ୍କୁ ମୁତୟନ କରାଯାଇଥିଲା । ସୁରକ୍ଷାକୁ ଆଖି ଆଗରେ ରଖି ପୁଲିସ ବ୍ୟତୀତ ପିଏସି କନେଷ୍ଟବଳଙ୍କୁ ବି ମୁତୟନ କରାଯାଇଥିଲା । ଯେଉଁ ରାସ୍ତାରୁ ବରଯାତ୍ରୀ ବାହାରିଲା ସେହି ରାସ୍ତାର ଛାତ ଉପରେ ବି ପୁଲିସକର୍ମୀ ମୁତୟନ ଥିଲେ । ୧ ପ୍ଲାଟୁନ ପିଏସି ବ୍ୟତୀତ ୨ ଇନ୍ସପେକ୍ଟର, ୧୨ ଏସଓ, ୧୨ ଉପନିରୀକ୍ଷକ, ୭୦ କନେଷ୍ଟବଳ ଓ ୧୦ ମହିଳା କନେଷ୍ଟବଳ ବ୍ୟତୀତ ହୋମଗାର୍ଡ ଜବାନ ବି ମୁତୟନ ଥିଲେ । ବିବାହ ପରେ ବି କିଛି ଦିନ ପର୍ଯ୍ୟନ୍ତ ବହୁତ ସଂଖ୍ୟାରେ ପୁଲିସକର୍ମୀ ଉପସ୍ଥିତ ରହିବେ ।