ପଞ୍ଚାୟତର ଅଜବ ଦଣ୍ଡ ! ବାହା ହେଲା ପୁଅ, ପଞ୍ଚାୟତ ଦେଲା ବାପାଙ୍କୁ ଛେପ ଚାଟିବାର ଦଣ୍ଡାଦେଶ

27

ବାହା ହେଲା ପୁଅ , ବାପାକୁ ପଞ୍ଚାୟତ ଦେଲା ଛେପ ଚାଟିବାର ଦଣ୍ଡାଦେଶ । ଏଭଳି କିଛି ଘଟଣା ଘଟିଛି ଉତ୍ତର ପ୍ରଦେଶର ବୁଲନ୍ଦସହର ଠାରେ । ସୁଚନା ମୁତାବକ ହବିବପୁର ଗାଁର ଶ୍ରୀକ୍ରୀଷ୍ଣା ନାମକ ୨୧ ବର୍ଷର ଦଳିତ ଯୁବକ ଜଣେ ମୁସଲମାନ ଝିଅକୁ ବିବାହ କରିବାରୁ ପଞ୍ଚାୟତ ଏଭଳି ଦଣ୍ଡାଦେଶ ଶୁଣାଇଛି । ବିବାହ କରିଥିବା ଦଳିତ ଯୁବକର ବାପାକୁ ସର୍ବ ସମ୍ମୁଖରେ ଛେପ ଚାଟିବା ପାଇଁ ପଞ୍ଚାୟତ ବାଧ୍ୟ କରିଥିବା ଅଭିଯୋଗ କରିଛନ୍ତି ଦଳିତ ଯୁବକଙ୍କ ବାପା । ଏନେଇ ଖୁର୍ଜା ନଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଦଣ୍ଡାଦେଶ ଭୋଗିଥିବା ଦଳିତ ଯୁବକର ବାପା ।

ଦଳିତ ଯୁବକ ବାପାଙ୍କ କହିବା ମୁତାବକ ମୁସଲମାନ ଝିଅ ପରିବାର ତରଫରୁ ବିବାହକୁ ନେଇ ମାମଲା ଦାୟର କରାଯାଇଥିଲା । କିନ୍ତୁ କୋର୍ଟ ମୁସଲମାନ ଝିଅ ପରିବାର ଲୋକଙ୍କ ଏତଲାକୁ ଖାରଜ କରି ଉଭୟଙ୍କୁ ବିବାହ କରିବା ପାଇଁ ଅନୁମତି ପ୍ରଦାନ କରିଥିଲେ । ଏହାପରେ ମଧ୍ୟ ଝିଅର ପରିବାର ଲୋକ ବିରୋଧ କରିବାରୁ ଉଭୟ ଗାଁ ଛାଡି ବିବାହ କରିଥିବା କହିଛନ୍ତି କ୍ରୀଷ୍ଣାଙ୍କ ବାପା । ଯାହାକୁ ନେଇ ଝିଅର ପରିବାର ଲୋକ ପଞ୍ଚାୟତକୁ ଏହି ଘଟଣାରେ ହସ୍ତକ୍ଷେପ କରିବା ପାଇଁ ଅନୁରୋଧ କରିଥିଲେ । ଯାହାଫଳରେ ପଞ୍ଚାୟତ ତରଫରୁ ଏକ ମିଟିଙ୍ଗ ଡକାଯାଇଥିଲା । ଯେଉଁଥିରେ ପଞ୍ଚାୟତର ଶହେରୁ ଉଦ୍ଧ୍ୱର୍ ଉଚ୍ଚ ଶ୍ରେଣୀର ଲୋକମାନେ ଉପସ୍ଥିତଥିଲେ । ମୁସଲମାନ ଝିଅକୁ ତାଙ୍କ ପୁଅ ବାହା ହେବା ଘଟଣା ଜାଣି ଦଳିତ ଯୁବକର ପରିବାରକୁ ଧମକ ଦେବାସହ ଯୁବକର ବାପାଙ୍କୁ ସର୍ବସମ୍ମୁଖରେ ଛେପ ଚାଟିବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି । ଏନେଇ ଦଳିତ ଯୁବକଙ୍କ ବାପା ନିକଟସ୍ଥ ଥାନାରେ ଅଭିଯୋଗ କରିବା ପରେ ଖୁର୍ଜା ନଗର ଥାନା ଅଧିକାରୀ ଧାରା ୧୪୭, ୩୨୩ ଏବଂ ୫୦୬ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ପୋଲିସ କହିଛି ।