ସେବାୟତଙ୍କ ସୁନାବେଶ ! ରଥ ଉପରେ ଝଟକିଲେ ଚତୁର୍ଦ୍ଧାମୂର୍ତ୍ତି, ପାଖରେ ଝଟକିଲେ ଦଇତାପତି ।

81

କନକ ବ୍ୟୁରୋ : ସୁନାବେଶରେ ଝଟକି ଥାଆନ୍ତି ଶ୍ରୀଜିଉ । ସେପଟେ ସେବାୟତମାନଙ୍କୁ ମଧ୍ୟ ବିଭିନ୍ନ ସୁନା ଅଳଙ୍କାରରେ ସଜିତ ହୋଇଥିବା ଦେଖିବାକୁ ମିଳେ । ବଡ଼ଦାଣ୍ଡରେ ମହଣ ମହଣ ସୁନାରେ ସଜାଇ ହୋଇଥାନ୍ତି ତିନିଠାକୁର । ଶ୍ରୀଜିଉଙ୍କ ଏହି ଅପରୂପ ଦୃଶ୍ୟ ଦେଖିବା ପାଇଁ ଦୂର ଦୂରାନ୍ତରୁ ଧାଇଁ ଆସିଥାନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ସେହିପରି ବଡ଼ଦାଣ୍ଡରେ ସେବାୟତଙ୍କ ସୁନାବେଶ ମଧ୍ୟ ଦେଖିବାକୁ ମିଳେ । ଶ୍ରୀଜିଉଙ୍କ ଏହି ସୁନାବେଶ ଅବସରରେ ସେବାୟତମାନେ ପିନ୍ଧିଥାନ୍ତି ଭଳିକି ଭଳି ସୁନା ଅଳଙ୍କାର ।

ମୋଟା ମୋଟା ସୁନା ଚେନ, ସୁନା ହାର, ସୁନା ମାଳି ଆଦି ବେକରେ ପକାଇଥାନ୍ତି ସେବାୟତ । ହାତରେ ଥାଏ ବ୍ରେସଲେଟ୍, ପାଂଚ ଆଙ୍ଗୁଠିରେ ବିଭିନ୍ନପ୍ରକାର ମୁଦି । ଶ୍ରୀଜିଉଙ୍କ ଭଳି ଆଜି ଦିନରେ ସେବାୟତମାନେ ମଧ୍ୟ ସୁନାବେଶ ହେବାକୁ ଭୁଲିନଥାନ୍ତି । ରଥ ଉପରେ ସୁନା ଅଳଙ୍କାରରେ ଭୂଷିତ ହୋଇଥିବା ସେବାୟତମାନଙ୍କୁ ଦେଖିବାକୁ ମିଳିଥାଏ । ସେବାୟତମାନେ କୁହନ୍ତି, ବର୍ଷ ବର୍ଷ ଧରି ଭକ୍ତ ଏହି ସୁନା ଅଳଙ୍କାର ଦାନରେ ଦେଇଥାଆନ୍ତି ।