ଦଇତାପତି ବନାମ ଗଜପତି : ଜଗାକୁ ଛୁଇଁବାକୁ ଜଗନ୍ନାଥଙ୍କ ବାଡଗ୍ରାହୀ ଦେଲେ ଆହ୍ୱାନ

83

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ଦଇତାପତି ବନାମ ଗଜପତି । ସ୍ନାନବେଦୀରେ ଶ୍ରୀଜିଉଙ୍କୁ ଛୁଇଁବା ପ୍ରସଙ୍ଗରେ ଖୋଲା ଚ୍ୟାଂଲେଜ ଦେଇଛନ୍ତି ଜଗନ୍ନାଥଙ୍କ ବାଡଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର । ଜଗନ୍ନାଥଙ୍କୁ ସବୁ ଭକ୍ତ ଛୁଇଁବା ପାଇଁ ଆହ୍ୱାନ ଦେଇଛନ୍ତି ଜଗୁନି । ସ୍ନାନଯାତ୍ରାରେ ବ୍ୟାପକ ବିଶୃଂଖଳା ହୋଇଛି ବୋଲି ଗଜପତି ଦିବ୍ୟସିଂହ ଦେବ ସାମ୍ବାଦିକ ସମ୍ମିଳନୀ କରିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଜଗୁନି । ଏକ ପାଦ ଆଗକୁ ଯାଇ କହିଛନ୍ତି, ଗଜପତିଙ୍କ ପ୍ରତି ଲୋକଙ୍କ ସମ୍ମାନ ନାହିଁ । ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । ଏପରିକି ତାଂକୁ ଆଶାରାମ ବାପୁଙ୍କ ସହ ତୁଳନା କରିଛନ୍ତି ।

ସ୍ନାନ ବେଦୀରେ ପ୍ରଭୁ ଜଗନ୍ନାଥଙ୍କୁ ଭକ୍ତମାନେ ଛୁଇଁବା ନେଇ ସୃଷ୍ଟି ହୋଇଥିଲା ବିବାଦ । କିନ୍ତୁ ଏବେ ଏହା ନୂଆ ମୋଡ ନେଇଛି । ଗୋଟିଏ ପଟେ ଗଜପତି ମହାରାଜ କହୁଛନ୍ତି ଶାସ୍ତ୍ର ମତରେ ଠାକୁରଙ୍କୁ ଛୁଇଁବା ନିଷେଧ ଓ ଅନ୍ୟପଟେ ଜଗନ୍ନାଥଙ୍କ ମୁଖ୍ୟ ବାଡଗ୍ରାହୀ କହୁଛନ୍ତି ଓଲଟା କଥା । ଜଗନ୍ନାଥଙ୍କୁ ଛୁଇଁବା ବିଧି କିମ୍ବା ଶାସ୍ତ୍ର ସମ୍ମତ ନା ନୁହେଁ ସେ ତ ଗୋଟିଏ କଥା କିନ୍ତୁ ଏପଟେ ଜଗପତିଙ୍କୁ ଆକ୍ଷେପ କରିବାକୁ ପଛାଇ ନାହାଁନ୍ତି ଦଇତା ପତି । ସେପଟେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ବି ଟାର୍ଗେଟରେ । ଗୋଟିଏ ପଟେ ଗଜପତି ଓ ଶଙ୍କରାଚାର୍ଯ୍ୟ । ଅନ୍ୟପଟେ ଦଇତାପତି । କିଏ ଠିକ୍ କିଏ ଭୁଲ୍ ତାହାତ ଗୋଟିଏ କଥା ,କିନ୍ତୁ ଏ ବିବାଦ ଏବେ ଯେଉଁ ସ୍ତରକୁ ଆସିଛି ତାହା ସେତେ ସାଧାରଣ କଥା ନୁହେଁ ।