ଆନ୍ଧ୍ରରୁ ଫେରିଲେ ଓଡ଼ିଶା ଦାଦନ :ବିଜୟନଗରମର ଇଟାଭାଟିରେ ଦିଆଯାଉଥିଲା ନିର୍ଯାତନା

ସୁନ୍ଦରଗଡ ଜିଲ୍ଲା ପ୍ରଶାସନଓ ଶ୍ରମ ବିଭାଗର ହସ୍ତକ୍ଷେପ ପରେ ସରିଲା ଦୁଃଖ

159

କନକ ବ୍ୟୁରୋ : ଆନ୍ଧ୍ରରୁ ଫେରିଲେ ଓଡ଼ିଶା ଦାଦନ । ବିଜୟନଗରମର ଇଟାଭାଟିରେ କାମ କରୁଥିବା ସୁନ୍ଦରଗଡର ଦାଦନ ଶ୍ରମିକଙ୍କୁ ସେଠାରେ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଥିଲା । ଏପରିକି ଦାଦନଙ୍କୁ ଏସିଡ ମାଡ ଓ ନିଆ ଚେଙ୍କ ଦିଆଯାଉଥିବା ମଧ୍ୟ ଅଭିଯୋଗ ଆସିଥିଲା । ସୁନ୍ଦରଗଡ ଜିଲ୍ଲା ପ୍ରଶାସନଓ ଶ୍ରମ ବିଭାଗର ହସ୍ତକ୍ଷେପ ପରେ ଦାଦନ ଶ୍ରମିକ ଘରକୁ ଫେରିଛନ୍ତି । ହେମଗିରି ବୁରତା ଗାଁର ଦାଦନ ଶ୍ରମିକ ଆନ୍ଧ୍ରପ୍ରଦେଶର ବିଜୟନଗରମକୁ ଯାଇ ସେଠାରେ ଇଟାଭାଟିରେ କାମ କରୁଥିଲେ ।

ସେଠାରେ ଦଲାଲ ଓ ଇଟାଭାଟି ମାଲିକଦାଦନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିବା ସହ ଏସିଡ ମାଡ କରିଥିଲେ ।ତେବେ କୌଣସିମତେ ସୁଯୋଗ ପାଇ ଏସିଡ ମାଡ ହୋଇଥିବା ଦାଦନଙ୍କ ସମେତ ୫ଜଣ ସେଠାରୁ ଖସି ପଳାଇ ଆସିଥିଲେ । ଆଉ ୫ଜଣ ଦାଦନଙ୍କୁ ସେଠାରେ ବନ୍ଧକ ରଖି ନିର୍ଯାତନା ଦେଉଥିଲେ ଇଟାଭାଟି ମାଲିକ । ଏହି ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗ ଏଥିରେ ହସ୍ତକ୍ଷେପ କରି ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ।