ତାମିଲନାଡୁରେ ଓଡ଼ିଆ ଦାଦନଙ୍କୁ ନିର୍ଯାତନା : ଫସିରହିଛନ୍ତି ସୁନ୍ଦରଗଡ଼ର ୨୨ ଜଣ ଶ୍ରମିକ

53

କନକ ବ୍ୟୁରୋ : ବାହାର ରାଜ୍ୟରେ ଓଡ଼ିଆ ଦାଦନଙ୍କୁ ନିର୍ଯାତନା । ତାମିଲନାଡ଼ୁକୁ ଦାଦନ ଖଟିବାକୁ ଯାଇ ମାଲିକଙ୍କ ନିର୍ଯାତନାର ଶିକାର ହେଉଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଟେନସା ଏବଂ ବରସୁଆଁ ଗାଁର ୨୨ ଜଣ ସଦସ୍ୟ । ଦଲାଲ ରମେଶ ପାତ୍ର ମାସକୁ ୧୦ ହଜାର ଟଙ୍କା ଦେବାର ପ୍ରଲୋଭନ ଦେଖାଇ ଚିଲିକା ଅଂଚଳର ଜଣେ ଦାଦନ ସର୍ଦ୍ଦାରଙ୍କୁ ଏମାନଙ୍କୁ ହସ୍ତାନ୍ତର କରିଥିଲା । ଗତ ଫେବୃୟାରୀ ମାସରୁ ଏମାନେ କାମ କରିବାକୁ ଯାଇଥିିଲେ । କିନ୍ତୁ ସେଠାରେ ତାଙ୍କୁୁ ନିର୍ଯାତନା ଦିଆଯାଉଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି ।

ବଣେଇ ସବଡ଼ିଭିଜନର କୋଇଡ଼ା ବ୍ଲକ୍ ସୁନ୍ଦରଗଡ଼ ଜିଲାର ଭାତହାଣ୍ଡି । ଖଣିଜ ସମ୍ପଦରେ ପରିପୂର୍ଣ୍ଣ କୋଇଡ଼ା ମାଇନିଂ ସର୍କଲ ବର୍ଷକୁ ପ୍ରାୟ ୧ ହଜାର କୋଟି ଟଙ୍କା ସରକାରଙ୍କୁ ରାଜସ୍ୱ ଦେଇଥାଏ । କିନ୍ତୁ ସେହି ଅଂଚଳରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ନିର୍ଯାତନାର ଶିକାର ହେଉଛନ୍ତି ଦାଦନ । ଏବେ ୨୨ ଜଣଙ୍କୁ ଉଦ୍ଧାର ପାଇଁ ପରିବାର ଲୋକ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସରକାରଙ୍କ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ସାଧାରଣରେ ଦାବି ହେଉଛି ।

ଦେଖନ୍ତୁ ଏହି ଭିଡିଓ –