ଡି ଲିଙ୍କ୍ ମାମଲା : ଧଳ ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀ ଲାଲନ ଗୁପ୍ତା ଗିରଫ

23

କଟକ ବ୍ୟୁରୋ,କନକ ନ୍ୟୁଜ୍ : ଡି ବ୍ରଦର୍ସ ମାମଲାରେ ଗିରଫ ସଂଖ୍ୟା ୩୩କୁ ବୃଦ୍ଧି ପାଇଛି । ଧଳ ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀ ଲାଲନ ଗୁପ୍ତାକୁ ମର୍କତନଗରରୁ ଆଜି ପୁଲିସ ଗିରଫ କରିଛି ।  ବାଲିଘାଟ ଓ ଦାଦାବଟସ ଘଟଣାରେ ଲାଲନ ସଂପୃକ୍ତ ଥିବା ଜଣାପଡିଛି ।  ଲାଲନକୁ ପୁଲିସ ପୂର୍ବରୁ ଡି ଲିଙ୍କ ଘଟଣାରେ ହାଜର ହେବାକୁ ନିର୍ଦେଶ ଦେଇଥିଲେ । କିନ୍ତୁ ଲାଲନ ଥାନାରେ ହାଜର ହୋଇନଥିଲେ ।  ପୂର୍ବ ଯୋଜନା ମୁତାବକ ପୁଲିସ ତାଙ୍କୁ ମର୍କତନଗର ଅଂଚଳରୁ ଗିରଫ କରିଛି ।