ସୁଶାନ୍ତ ଧଳ ସାମନ୍ତଙ୍କୁ ଜେଲଦଣ୍ଡ, ବେଆଇନ ବନ୍ଧୁକ ରଖିବା ଓ ପୋଲିସ ଅଫିସରଙ୍କୁ ଗୁଳିମାଡ ଘଟଣାରେ ୫ ବର୍ଷ ଜେଲ ଦଣ୍ଡାଦେଶ ଦେଲେ କଟକ ସିଜେଏମ କୋର୍ଟ

39

କନକ ବ୍ୟୁରୋ : ଡି ବ୍ରଦର୍ସ ଅପରାଧିକ ମାମଲାରେ ପ୍ରଥମ ସଜା ଶୁଣାଣି ହୋଇଛି ହାଇକୋର୍ଟରେ ଆଜି । ବେଆଇନ ବନ୍ଧୁକ ରଖିବା ଓ ପୁଲିସ ଅଫିସରଙ୍କୁ ଗୁଳିମାଡ ମାମଲାରେ ସୁଶାନ୍ତ ଧଳସାମନ୍ତଙ୍କୁ ୫ବର୍ଷ ସଜା ଶୁଣାଇଛନ୍ତି କଟକ ସିଜେଏମ କୋର୍ଟ । ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ୩ବର୍ଷ ଜେଲ ଦଣ୍ଡାଦେଶ ହୋଇଥିବା ବେଳେ ବନ୍ଧୁକ ଚଳାଇବା ଅଭିଯୋଗରେ ୨ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି ସିଜେଏମ କୋର୍ଟ । ୧୯୯୯ରେ ପୁଲିସ ଅଫିସରଙ୍କ ଉପରକୁ ଡିବ୍ରଦର୍ସ ଗୁଳି କରିବା ନେଇ ହୋଇଥିବା ମାମଲାରେ ଆଜି ସଜା ଶୁଣାଇଛନ୍ତି କୋର୍ଟ । ସୁଶାନ୍ତ ଧଳସାମନ୍ତଙ୍କୁ ଏହା ହେଉଛି ପ୍ରଥମ ସଜା । ଅନେକ ଦିନ ହେଲାଣି ସୁଶାନ୍ତ ନାରେ ଅନେକ ଅପରାଧିକ ମାମଲା ଥିଲା ।

 

ତେବେ ପୋଲିସର କେ ସ୍ପେଶାଲ ଟିମ ଡି ବ୍ରଦର୍ଶଙ୍କୁ ଧରିବା ସବ ବାରମ୍ବାର ତଦନ୍ତ ଲାଗି ରିମାଣ୍ଡରେ ନେଉଥିଲା । ତେବେ ଏହି ରିମାଣ୍ଡ ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ କଥା ପୋଲିସ ଜାଣିବାକୁ ପାଇଥିବା ସୂଚନା ମିଳିଛି । ଜେଲରୁ କୋର୍ଟକୁ ଯିବା ବାଟରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମଧ୍ୟ ସେ ଖରାପ ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ତେଣୁ ପରେ ଅବଶ୍ୟ ସେ ଏବିଷୟରେ ଗଣମାଧ୍ୟମକୁ କ୍ଷମା ମାଗିଥିଲା । ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରାପଡାରେ ବିଭିନ୍ନ ଅସାମାଜିକ କାମରେ ଲିପ୍ତ ଥିବା ସହ ବେଆଇନ ବନ୍ଧୁକ, ଡ୍ରଗ୍ସ ଭଳି ମାରାତ୍ମକ କାର୍ଯ୍ୟରେ ତାହାର ହାତ ରହିଥିଲା । ଏହାସହ ଠିକାଦାର ଟେଣ୍ଡର ଫିକ୍ସିଂ ଭଳି ଅନେକ ମାମଲା ତାହା ନାରେ ରହିଛି । ତେବେ ଆଜି ପ୍ରଥମଥର ପାଇଁ କୋର୍ଟ ତାଙ୍କର ବିଚାର କରି ଏପରି ରାୟ ଶୁଣାଇଛନ୍ତି ।