ଧଳସାମନ୍ତ ବ୍ରଦର୍ସ ଗିରଫ ମାମଲା: ଏସଡିଜେଏମ କୋର୍ଟରେ ହାଜର ପରେ ଜେଲ୍ ଗଲେ ଡି-ବ୍ରଦର୍ସ

60

କଟକ : କଟକ ଏସଡିଜେଏମ୍ କୋର୍ଟରେ ହାଜର ପରେ ଜେଲ୍କୁ ଫେରିଛନ୍ତି ଡି-ବ୍ରଦର୍ସ । ମୋଟ୍ ୯ଟି ମାମଲା ସହ ଫାରୁକ ଓ ବାଇଧର ହତ୍ୟାକାଣ୍ଡକୁ ନେଇ ଦୁଇ ଭାଇଙ୍କୁ ଆଜି କୋର୍ଟରେ ହାଜର କରାଯାଇଥିଲା । ଏହାପରେ ବାଲେଶ୍ୱର ଜେଲକୁ ସୁଶୀଲ ଓ ଝାରପଡ଼ା ଜେଲକୁ ସୁଶାନ୍ତ ଧଳ ସାମନ୍ତଙ୍କୁ ନିଆଯାଇଛି । କଡା ସୁରକ୍ଷା ମଧ୍ୟରେ ଦୁଇ ଭାଇଙ୍କୁ ଏସ୍ଡିଜିଏମ୍ କୋର୍ଟକୁ ଅଣାଯାଇଥିଲା । ଏହାସହ ଡି ବ୍ରଦର୍ସଙ୍କ ଅନ୍ୟ ୭ଜଣ ସହଯୋଗୀ ମଧ୍ୟ କୋର୍ଟରେ ହାଜର ହୋଇଥିଲେ । ଏମାନେ ହେଲେ ଭଜନା, ଲିପୁଆ, ଗୁଡୁ, ନିର୍ମଳ ରାଉତ, ଭୋଲା ଭଗତ ଏବଂ ଅନ୍ୟମାନେ । ତେବେ ସୁରକ୍ଷା ଦୃଷ୍ଟିକୋଣରୁ କୋର୍ଟ ପରିସରରେ ଦୁଇ ପ୍ଲାଟୁନ୍ ପୁଲିସ ଫୋର୍ସ ମୃତୟନ କରାଯାଇଥିଲା ।