ଡି ଲିଙ୍କ୍ ମାମଲା : ବିଜେଡି ଛାତ୍ର ସଭାପତିଙ୍କ ଗିରଫ ଦାବି କଲା ଯୁବ କଂଗ୍ରେସ

27

ଛାତ୍ର ବିଜେଡି ସଭାପତି ବ୍ୟୋମକେଶଙ୍କ ଡି-ବ୍ରଦର୍ସଙ୍କ ସହ ସଂପର୍କକୁ ନେଇ ପୁଣି ଗର୍ଜିଛି ଯୁବ କଂଗ୍ରେସ । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଥିଲା ଯୁବ କଂଗ୍ରେସ । ଯଥାଶୀଘ୍ର ଛାତ୍ର ବିଜେଡି ସଭାପତିଙ୍କ ଗିରଫ ଦାବି କରିଛି ଦଳ । ଏହାସହ ବ୍ୟୋମକେଶ ଚଢୁଥିବା ୨ଟି ସ୍କର୍ପିଓ ଗାଡି କାହାର ବୋଲି ପ୍ରଶ୍ନ ଉଠାଇଛି ଦଳ । ଯଥାଶୀଘ୍ର ବ୍ୟୋମକେଶଙ୍କୁ ଗିରଫ କରାନଗଲେ ଶନିବାର ଦିନ କମିଶନରେଟ୍ ଅଫିସ୍ ଘେରାଉ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀ ଜରିଆରେ ଚେତାଇଦେଇଛି ଯୁବ କଂଗ୍ରେସ । ସେପଟେ ଯୁବ କଂଗ୍ରେସର ଅଭିଯୋଗକୁ ଭିତି ହିନ ବୋଲି କହିଲେ ବ୍ୟୋମକେଶ ରାୟ । କହିଲେ ଧଳସାମନ୍ତ ଭାଇଙ୍କ ସହ ସମ୍ପର୍କ ତ ଦୂରର କଥା, ସେ କଳା କି ଧଳା, ମୁଁ ତାଙ୍କୁ ଦେଖିନି ।