ଦୀପୁ ହତ୍ୟା ମାମଲା : ଚାର୍ଜସିଟ୍ ଦାଖଲ କଲା କମିଶନରେଟ୍ ପୁଲିସ

33

କଟକ ବ୍ୟୁରୋ, କନକ ନ୍ୟୁଜ୍: ଡି ବ୍ରଦର୍ସଙ୍କ ଚର୍ଚ୍ଚିତ ମାମଲାର ଦାଖଲ ହୋଇଛି ଚାର୍ଜସିଟ୍ । ଦୀପୁ ହତ୍ୟା ମାମଲାରେ ଏସଡିଜେଏମ କୋର୍ଟରେ କମିଶନରେଟ ପୁଲିସ ଚାର୍ଜସିଟ ଦାଖଲ କରିଛି । ୧୧୨୦ ପୃଷ୍ଠାର ଚାର୍ଜସିଟ୍ ରେ ୧୪ ଜଣ ସଂପୃକ୍ତ ଥିବା ଉଲ୍ଲେଖ ରହିଛି । ୧୦ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଆଉ ୪ ଜଣ ଫେରାର ଅଛନ୍ତି । ସେହପରି ଦୀପୁର ଡିଏନଏ ରିପୋର୍ଟ ପଜିଟିଭ ଆସିଥିବା ଚାର୍ଜସିଟ୍ ରେ ରହିଛି । ଝାଡଖଣ୍ଡରୁ ଦୀପୁର ଦେହାବଶେଷ ମିଳିଥିଲା । ଆଠଗଡର ଏକ ଫାର୍ମହାଉସରେ ଦୀପୁକୁ ହତ୍ୟା ପରେ ଝାଡଖଣ୍ଡ ନେଇ ପୋଡି ଦିଆଯାଇଥିଲା ।