ଆରାମ ଖୋଜୁଛି ଡନ୍

16

କଟକ ବ୍ୟୁରୋ, କନକ ନ୍ୟୁଜ୍: ଜେଲରେ ଡି ବ୍ରଦର୍ସଙ୍କୁ ଦିଆଯାଉଛି ମାନସିକ ନିର୍ଯାତନା । କଟକ ଏସଡିଜେଏମ କୋର୍ଟରେ ହାଜର ବେଳେ ସୁଶାନ୍ତ ଧଳସାମନ୍ତ ଏଭଳି ଅଭିଯୋଗ ଆଣିଛନ୍ତି । ଏପରିକି ତାଙ୍କୁ ଗୋଟିଏ ଘରେ ବନ୍ଦ କରି ରଖାଯାଉଥିବା ସେ କହିଛନ୍ତି । କମିଶନରେଟ ପୁଲିସ ନିର୍ଦେଶରେ ଜେଲ ଅଧିକାରୀ ତାଙ୍କୁ ନିର୍ଯାତନା ଦେଉଥିବା ନେଇ ଗଣମାଧ୍ୟମରେ ସୁଶାନ୍ତଙ୍କ ଓକିଲ ସୂଚନା ଦେଇଛନ୍ତି । ଆଜି ୭ଟି ମାମଲାରେ ତାଙ୍କୁ ହାଜର କରାଯାଇଛି । ଆସନ୍ତା ୨୭ରେ ତାଙ୍କୁ ପୁଣି ଥରେ କୋର୍ଟରେ ହାଜର କରାଯିବ । ସେହିପରି ଭିଡିଓ କନଫରେନସିଂ ଜରିଆରେ ଆଜି ହାଜର ହେବେ ସୁଶୀଲ ଧଳସାମନ୍ତ ।