ଘନେଇଲା ଟାଟା ବିବାଦ : କୋର୍ଟଙ୍କ ଦ୍ୱାରସ୍ଥ ହେବେ ସାଇରସ୍ ମିସ୍ତ୍ରୀ

29

କନକ ବ୍ୟୁରୋ : କୋର୍ଟଙ୍କ ଦ୍ୱାରସ୍ଥ ହେବେ ସାଇରସ୍ ମିସ୍ତ୍ରୀ । ଦେଶର ବଡ କଂପାନୀ ଭିତରୁ ଅନ୍ୟତମ ଟାଟା ଗ୍ରୁପର ଚେୟାରମ୍ୟାନ ପଦବୀରୁ ସାଇରସ ମିସ୍ତ୍ରୀକୁ ହଟାଇବା ପରେ ସେ ଏହି ନିଷ୍ପତି ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହେବା ପାଇଁ ମନ ବଳାଇଛନ୍ତି । ଟାଟାର ଏହି ନିଷ୍ପତିକୁ କୋର୍ଟରେ ଚ୍ୟାଲେଞ୍ଜ କରିବେ ସାଇରସ୍ । ସାଇରସଙ୍କୁ ଚେୟାରମ୍ୟାନ ପଦରୁ ହଟାଇବା ପରେ ଟାଟା ସନସ ବୋର୍ଡ ରତନ ଟାଟାଙ୍କୁ କାମଚଳା ଅଧ୍ୟକ୍ଷ ଭାବେ ୪ ମାସ ପାଇଁ ଦାୟିତ୍ୱ ଦିଆଯାଇଛି ।

ଏହି ସମୟ ଅବଧିରେ କଂପାନୀର ସର୍ଚ୍ଚ ପେନାଲ ନୂଆ ଅଧ୍ୟକ୍ଷ ଖୋଜିବେ । ଟାଟା ଗ୍ରୁପର ଚେୟାରମ୍ୟାନ ପଦରୁ ହଟିବା ପରେ ଗ୍ରୁପର ପ୍ରମୁଖ କମ୍ପାନୀ ଟାଟା ମୋଟର୍ସ, ଟାଟା ଷ୍ଟିଲ୍, ଇଣ୍ଡିଆନ ହୋଟେଲ୍ସ ଓ ଟାଟା ପାୱାର ଚେୟାରମ୍ୟାନ ପଦ ମଧ୍ୟ ତାଙ୍କୁ ଛାଡିବାକୁ ପଡିବ । ୨୦୧୨ ଡିସେମ୍ବର ୨୯ତାରିଖରେ ସାଇରସ ମିସ୍ତ୍ରୀ ଚେୟାରମ୍ୟାନ ପଦ ସମ୍ଭାଳିଥିଲେ ।