ଷ୍ଟିଲସିଟିରେ ସାଇକ୍ଲୋଥନ-୨୦୧୮: ଶୀତୁଆ ସକାଳ ଓ ଘନ କୁହୁଡିରେ ସାଇକ୍ଲିଂ କଲେ ୧୫ ଶହ ପ୍ରତିଯୋଗୀ

ସଡକ ସୁରକ୍ଷା, ସୁରକ୍ଷିତ ପରିବେଷ ଓ ସୁସ୍ଥ ସମାଜ ପାଇଁ ରୋଟାରୀର ନିଆରା ପଦକ୍ଷେପ

69

କନକ ବ୍ୟୁରୋ: ଷ୍ଟିଲସିଟି ରାଉରକେଲାରେ ଆୟୋଜିତ ହୋଇଯାଇଛି ସାଇକ୍ଲୋଥନ-୨୦୧୮ । ଶୀତୁଆ ସକାଳ ଓ ଘନ କୁହୁଡି ମଧ୍ୟରେ ସେକ୍ଟର-୧୩ ମେଲଣ ପଡିଆରେ ଆୟୋଜିତ ଏହି ଇଭେଂଟରେ ୧୫୦୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ରିଂ-ରୋଡରେ ୧୬ କିମି ସାଇକ୍ଲିଂ କରିଥିଲେ ଅଂଶଗ୍ରହଣକାରୀ । ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଗ୍ରହଣ କରିଥିବା ପ୍ରତିଯୋଗୀଙ୍କୁ ୧୧ହଜାର,୫ହଜାର ଓ ୩ହଜାର ଲେଖାଏ ନଗଦ ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜାତୀୟ ସଂଗୀତ ସମେତ ଓଡିଶାର କଳା ଓ ସଂସ୍କୃତି ଆଧାରିତ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ରୋଟାରୀ କ୍ଲବ ପକ୍ଷରୁ ଏହି ସାଇକ୍ଲୋଥନର ଆୟୋଜନ କରାଯାଇଥିଲା । ରୋଟାରୀ ପକ୍ଷରୁ ସମାଜସେବା କ୍ଷେତ୍ରରେ ଜାରି ରହିଥିବା କାର୍ଯ୍ୟ ସମ୍ପାଦନ ବ୍ୟତୀତ ଏଭଳି କାର୍ଯ୍ୟକ୍ରମ ମାଧ୍ୟମରେ ସଡକ ସୁରକ୍ଷା, ସୁରକ୍ଷିତ ପରିବେଷ ଓ ସୁସ୍ଥ ସମାଜ ଗଠନକୁ ଗୁରୁତ୍ୱ ଦିଆଯାଇଛି ।

 

ଏହା ସହିତ ସାଇକେଲ ପ୍ରତି ଯୁବବର୍ଗକୁ ଆକୃଷ୍ଟ କରିବା, ସୁରକ୍ଷା ଦିଗ ପ୍ରତି ସଚେତନ କରାଇବା, ନିଜକୁ ସୁସ୍ଥ ରଖିବା ଓ ତୈଳ ସଂରକ୍ଷଣ ଦ୍ୱାରା ପରିବେଷ ସୁରକ୍ଷା କରିବା ଦିଗରେ ରୋଟାରୀ ପକ୍ଷରୁ ଏହି ସାଇକ୍ଲୋଥନର ଆୟୋଜନ କରାଯାଇଛି ।