ରାଜଧାନୀରେ ରାତିର ଅନ୍ଧାରକୁ ଭେଦ କରି ଗଡିଲା ବନ୍ଧୁତ୍ୱର ସାଇକେଲ । ‘ସମ୍ବାଦ’ ପକ୍ଷରୁ ରାତ୍ରୀକାଳୀନ ସାଇକ୍ଲୋଥନ । ଭାଗନେଲେ ସ୍ପୋର୍ଟ୍ସ ସେଲିବ୍ରିଟି ଏବଂ ଓଲିଉଡ କଳାକାର ।

29

କନକ ବ୍ୟୁରୋ : ରାଜଧାନୀରେ ରାତିର ଅନ୍ଧାରକୁ ଭେଦ କରି ଗଡିଲା ବନ୍ଧୁତ୍ୱର ସାଇକେଲ । ପ୍ରଥମ ଥର ଲାଗି ଭୁବନେଶ୍ୱରରେ ଆୟୋଜିତ ହୋଇଛି ରାତ୍ରୀକାଳୀନ ସାଇକ୍ଲୋଥନ୍ । ସମ୍ବାଦ ପକ୍ଷରୁ ଆୟୋଜିତ ଏହି ସାଇକ୍ଲୋଥନକୁ ପତାକା ଦେଖାଇ ଉଦଘାଟନ କରିଛନ୍ତି କ୍ରୀଡାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା । ରାତି ୯ଟାରେ ଭୁବନେଶ୍ୱର ଜୟଦେବବିହାରସ୍ଥିତ ଜନତା ମୈଦାନରୁ ଶହ ଶହ ଯୁବକ, ଯୁବତୀ ସାଇକେଲ ଧରି ବାହାରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନେକ ସ୍ପୋର୍ଟ୍ସ ସେଲିବ୍ରିଟିଙ୍କ ସହ ଓଲିଉଡ କଳାକାର ମଧ୍ୟ ଯୋଗ ଦେଇଥିଲେ । ଯୁବ ପିଢିଙ୍କୁ ଏକତ୍ର କରିବା, କର୍ମଜୀବୀଙ୍କୁ ବିଶ୍ରାମ ପୂର୍ବରୁ ରାଜଧାନୀ ରାତିକୁ ଭଲଭାବେ ଉପଭୋଗ କରିବା ଉଦ୍ଦେଶ୍ୟରେ ଏହି ବନ୍ଧୁତାର ସାଇକ୍ଲୋଥନ ଆୟୋଜନ କରାଯାଇଥିଲା । ଶାରୀରିକ ସୁସ୍ଥତା, ପରିବେଶ ସୁରକ୍ଷା ଓ ସଚେତନତାର ବାର୍ତା ବାଂଟିଥିଲା ଏହି ସାଇକେଲ ଯାତ୍ରା ।