ସିଭିୟର ସାକ୍ଲୋନିକ ଷ୍ଟର୍ମର ରୁପ ନେଉଛି ‘ତିତଲି’ । ଗୋପାଳପୁରଠାରୁ ୪୧୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ । ଘଂଟା ପ୍ରତି ୧୦ କିଲୋମିଟର ବେଗରେ ମାଡି ଆସୁଛି ବାତ୍ୟା

44

କନକ ବ୍ୟୁରୋ: ସିଭିୟର ସାକ୍ଲୋନିକ ଷ୍ଟର୍ମର ରୂପ ନେଉଛି ତିତଲି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାରେ ପରିଣତ ହୋଇସାରିଛି । ଏବେ ଏହା ଗୋପାଳପୁର ଠାରୁ ୪୧୦ କିଲୋମିଟର ଦୂରରେ ରହିଥିବା ବେଳେ କଳିଙ୍ଗପଟ୍ଟନମ ଠାରୁ ୩୪୦କିଲୋମିଟର ଦୂରରେ ରହିଛି । ଘଂଟାପ୍ରତି ୧୦ କିଲୋମିଟର ବେଗରେ ସ୍ଥଳଭାଗକୁ ମାଡି ଆସୁଛି ବାତ୍ୟା ତିତ୍ଲି । ଆସନ୍ତାକାଲି ସକାଳ ୧୧ଟା ସୁଦ୍ଧା ଏହା ଓଡିଶା ଉପକୂଳ ଛୁଇଁବ । ଏହି ସମୟରେ ବାତ୍ୟାର ବେଗ ଘଂଟାପ୍ରତି ୧୦୦ରୁ ୧୨୫ କିଲୋମିଟର ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଗଂଜାମ, ଗଜପତି, ଜଗତସିଂହପୁର, ପୁରୀ ଓ କେନ୍ଦ୍ରାପଡା ଜିଲ୍ଲା ପାଇଁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଖୋର୍ଦ୍ଧା, ନୟାଗଡ, କଟକ, ଯାଜପୁର, ଢେଙ୍କାନାଳ, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ପାଇଁ ଅରେଂଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବିଶେଷ କରି ବାତ୍ୟା ପ୍ରଭାବରେ ୧୦ ଓ ୧୧ ତାରିଖ ଦୁଇ ଦିନ ଧରି ପ୍ରବଳ ବର୍ଷା ହେବ । ଆସନ୍ତାକାଲି ରାତି ସୁଦ୍ଧା ଉପକୂଳ ଓ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ବର୍ଷା ହେବ । ପରେ ୧୨ ତାରିଖରେ ଉତର ଓଡିଶାର ଅନେକ ସ୍ଥାନରେ ବର୍ଷା ହେବା ସମ୍ଭାବନା ରହିଛି । ୧୨ ତାରିଖ ବେଳକୁ ବାତ୍ୟା ଦୁର୍ବଳ ହୋଇ ଡିପ୍ ଡିପ୍ରେସନ୍ ଏବଂ ପରେ ଡିପ୍ରେସନରେ ପରିଣତ ହେବ । ସମ୍ଭାବ୍ୟ ବାତ୍ୟା ଓ ବର୍ଷାର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ପ୍ରଶାସନ । ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

୧୧ ତାରିଖ ସକାଳ ସାଢ଼େ ପାଞ୍ଚଟା ପର୍ଯ୍ୟନ୍ତ ଏହା ଏଭଳି ଭୀଷଣ ଅବସ୍ଥାରେ ରହିବ। ପାଣିପାଗ ବିଭାଗର ଅଙ୍କ ଠିକ୍‌ ହେଲେ ୧୧ ତାରିଖ ସକାଳେ ହିଁ େଗାପାଳପୁର ନିକଟବର୍ତୀ ଉପକୂଳରେ ବାତ୍ୟା ମାଡ଼ େହବ। ବାତ୍ୟାର ଭୀଷଣତମ ପ୍ରକୋପ ଅନୁଭୂତ ହେବ ପାଖାପାଖି ୪୦ରୁ ୫୦ କିଲୋମିଟର ଲମ୍ବା ଗୋଲେଇ ଭିତରେ। ଗୋପାଳପୁରଠାରୁ ୩୦ କିଲୋମିଟର ଉତ୍ତର ଅର୍ଥାତ୍‌ ବାଲୁଗାଁ ନିକଟବର୍ତୀ ଅଞ୍ଚଳ ପର୍ଯ୍ୟନ୍ତ ଘଣ୍ଟାପ୍ରତି ୧୧୦ କିେଲାମିଟର ପର୍ଯ୍ୟନ୍ତ ପବନ ବହିପାରେ। ମଝି‌େର ମଝିରେ ଏହା ୧୨୫କୁ ଛୁଇଁବା ସମ୍ଭାବନା ଏଡାଇ େଦଇ େହବ ନାହିଁ। ଉପକୂଳ ଛୁଇଁବା ପରେ ଏହାର ପ୍ରଭାବ କମିବ ଓ ଅପରାହ୍ନ ସାଢ଼େ ପାଞ୍ଚଟା େବଳକୁ ଏହା ବାତ୍ୟା ରୂପ େନବା ସହିତ ପବନର ବେଗ ଘଣ୍ଟାପ୍ରତି ୬୫ରୁ ୭୫ କିମିକୁ ଖସି ଆସିବ। ଗଞ୍ଜାମ, ଗଜପତି ଓ େଖାର୍ଧା ଜିଲ୍ଲାରେ ପବନର େବଗ ସବୁଠାରୁ ଅଧିକ ରହିବ। ଉପକୂଳ ଓଡ଼ିଶାରେ ପବନର ଗତି ଅପେକ୍ଷାକୃତ କମ୍ ରହିବ। ତଥାପି ୬୦କିଲୋମିଟର ରୁ ଅଧିକ େବଗରେ ପବନ ବହିବା ଆଶଙ୍କାକୁ ଏଡାଇ େଦଇ େହବ ନାହିଁ।

ବାତ୍ୟା ତିତଲି କିନ୍ତୁ ପ୍ରବଳରୁ ଅତି ପ୍ରବଳ, ଠାଏ ଠାଏ ଭୀଷଣ ବର୍ଷାକୁ ସାଙ୍ଗରେ ଆଣି ଆସୁଛି। ଏପରିକି ଅଧିକାଂଶ ସ୍ଥାନରେ ବର୍ଷାର ପରିମାଣ ୨୦୦ ମିଲିମିଟରରୁ ଅଧିକ େହାଇପାେର। ଏଣୁ ଦକ୍ଷିଣ, ଉପକୂଳ ଓ ଉତ୍ତର ଓଡ଼ିଶା ଜଳାର୍ଣ୍ଣବ େହବାର ସମ୍ଭାବନା ଅଧିକ। ୧୨ ତାରିଖ ପର୍ଯ୍ୟନ୍ତ ୪୮ ଘଣ୍ଟା ଧରି ତିତଲି ଓଡ଼ିଶାକୁ ଅସ୍ତବ୍ୟସ୍ତ କରି ରଖିବ। ଅନ୍ୟପକ୍ଷରେ ବିଶେଷଜ୍ଞମାନେ ଏକଥା ବି ଚେତାଇ ଦେଇଛନ୍ତି ଯେ ଯେଉଁ ସମୟରେ ବାତ୍ୟା ଉପକୂଳରେ ମାଡ଼ ହେବ ସେହି ସମୟରେ ଗଞ୍ଜାମ, ପୁରୀ ଓ ଖୋର୍ଦ୍ଧା ଉପକୂଳବର୍ତ୍ତୀ ସମୂଦ୍ରରେ ଦୁଇ ଫୁଟ ଉଚ୍ଚର ଜୁଆର ଉଠିବ। ଏଥିସହିତ ୧୨ ତାରିଖ ପର୍ଯ୍ୟନ୍ତ ମତ୍ସଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ମଧ୍ୟ ମନା କରାଯାଇଛି ଓ ବନ୍ଦରମାନଙ୍କ‌େର ୪ ନମ୍ବର ବିପଦ ସଙ୍କେତ ସୂଚନା ଦିଆଦିଆଯାଇଛି।